ସର୍ଭେ: ଭାରତରେ ୬୨ ପ୍ରତିଶତ ମହିଳା ସ୍ମାର୍ଟଫୋନରେ କରୁଛନ୍ତି ଏହି କାମ

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦/୦୯: ଭାରତରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ମହିଳାଙ୍କୁ ନେଇ ଏକ ସର୍ଭେ ହୋଇଥିଲା। ଯେଉଁଥରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏବକା ସମୟରେ ସ୍ମାର୍ଟଫୋନ ଜୀବନର ଏକ ମୁଖ୍ୟ ଅଂଶ ପାଲଟିଛି। ଏହି କ୍ରମରେ ଭାରତରେ ୨୪ ପ୍ରତିଶତ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି। ସେଥିରୁ ୧୫ ପ୍ରତିଶତ ମହିଳା ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ତେବେ ଏ ଅଧ୍ୟୟନରୁ ଜଣାପଡ଼ିଛି ଯେ ୧୯ ପ୍ରତିଶତ ମହିଳା ଡେଟିଂ ଆପ୍ ବ୍ୟବହାର କରୁଥିବା ​‌ବେ​‌ଳେ ୬୨ ପ୍ରତିଶତ ​ସେକଷ୍ଟିଙ୍ଗ୍ କରୁଛନ୍ତି।

ସାଥୀର ସନ୍ଧାନରେ ଭାରତୀୟ ମହିଳା: ବିଶ୍ବରେ ଡେଟିଂ ଆପ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା ୨୧ ପ୍ରତିଶତ। ମାତ୍ର ଭାରତରେ ସବୁଠୁ ଅଧିକ ମହିଳା ଏହି ଆପ୍ସ ଉପଯୋଗ କରନ୍ତି। ସର୍ଭେରେ ଦେଖାଯାଇଛି ଯେ ହୁକଅପ୍ ପାଇଁ ଜଣେ ସାଥୀ ଖୋଜିବା, ଲଙ୍ଗ୍ ଟର୍ମ ରିଲେସନସିପ୍ ଓ ସର୍ଟ ଟର୍ମ ରିଲେସନସିପ ସନ୍ଧାନରେ ୧୯ ପ୍ରତିଶତ ଭାରତୀୟ ମହିଳା ସ୍ମାର୍ଟଫୋନ୍ ଆପ୍ଲିକେସନ୍ ଉପଯୋଗ କରନ୍ତି। ପ୍ରାୟ ୬୨ ପ୍ରତିଶତ ଭାରତୀୟ ମହିଳା ​ସେକଷ୍ଟିଙ୍ଗ୍​‌ରେ ସଂଲଗ୍ନ।

{"id":332202,"sizeSlug":"large"}

୬୨% ମହିଳା ଏ କାମ ପାଇଁ ବ୍ୟବହାର କରନ୍ତି ସ୍ମାର୍ଟଫୋନ୍: ‘ମୋବାଇଲ ​‌ସେକ୍ସ-ଟେକ୍ ଆପ୍’ ନାଁରେ କରାଯାଇଥିବା ସର୍ଭେକୁ ପିଏଲଓଏସ ଓ୍ବାନ ପତ୍ରିକାରେ ପ୍ରକାଶ କରାଯାଇଛି। ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶରେ ଏହି ସର୍ଭେ ଆଧାରିତ। ସର୍ଭେ ପାଇଁ ଡାଟାକୁ ଗୁପ୍ତ ତଥ୍ୟରେ ଏକତ୍ରିତ କରାଯାଇଛି। ସର୍ଭେ ଅନୁସାରେ ଭାରତରେ ​ସେକଷ୍ଟିଙ୍ଗ୍ କରୁଥିବା ୬୨ ପ୍ରତିଶତ ମହିଳା ସ୍ମାର୍ଟଫୋନରେ ସେକ୍ସି ଚାଟ, ପିକଚର୍ସ,ଭିଡିଓ ଆଦି ପଠାନ୍ତି।

ସର୍ଭେରେ ୧,୩୦,୮୮୫ ମହିଳା ହୋଇଥିଲେ ସାମିଲ: ରିପୋର୍ଟ ଅନୁସାରେ ସର୍ଭେରେ ୧୯୧ ଦେଶର ମହିଳାଙ୍କୁ ସାମିଲ କରାଯାଇଥିଲା। ଏହି ସର୍ଭେରେ ସମୁଦାୟ ୧,୩୦,୮୮୫ ମହିଳାଙ୍କୁ ଉତ୍ତର ସାମିଲ କରାଯାଇଛି। ଭାରତ ତରଫରୁ ସର୍ଭେରେ ୨୩,୦୯୩ ମହିଳା ଭାଗ ନେଇ ଥିଲେ। ମହିଳାଙ୍କୁ ସମସ୍ତ ପ୍ରଶ୍ନ ଅନଲାଇନରେ ପଚରାଯାଇ ଥିଲା। ଏଥିରେ କୁହାଯାଇଛି ଭାରତରେ ୧୮ ବର୍ଷ ବୟସରୁ ଆରମ୍ଭ କରି ୫୪ ବର୍ଷ ବୟସ ମଧ୍ୟରେ ୧୯ ପ୍ରତିଶତ ମହିଳା ଫୋନର ବ୍ୟବହାର ପାର୍ଟନର ଖୋଜିବା ପାଇଁ କରୁଛନ୍ତି।

{"id":332203,"sizeSlug":"large"}

ଏହି ବୟସ ମହିଳା ଖୋଜୁଛନ୍ତି ଜୀବନସାଥୀ: ଏଥିରେ ଅଧିକାଂଶ ଯୁବତୀ ୨୧ରୁ ୨୪ ବର୍ଷ ବୟସର। ପାର୍ଟନର ଖୋଜୁଥିବା ପ୍ରାୟ ୨୯ ପ୍ରତିଶତ ମହିଳା କେବଳ ଏନଜୟମେଣ୍ଟ୍ ପାଇଁ ଖୋଜନ୍ତି। ଏହା ବ୍ୟତୀତ ୪୪ ପ୍ରତିଶତ ମହିଳା ଏମିତି ଅଛନ୍ତି ଯେଉଁମାନେ କିଛି ସମୟ ପାଇଁ ଡେଟିଂ ପାର୍ଟନର ସନ୍ଧାନରେ ଥିବା ବେଳେ ୩୭% ଦୀର୍ଘ ସମୟ ରିଲେସନସିପ୍ ରଖିବାକୁ ଚାହାନ୍ତି। ଭାରତରେ ସମୁଦାୟ ୨୩,୦୯୩ ମହିଳାଙ୍କ ଭିତରୁ ୬୨%ଙ୍କ ଫୋନ ସେକଷ୍ଟିଙ୍ଗ କରିଥାଏ।

ସେକଷ୍ଟିଙ୍ଗ କ’ଣ: କୌଣସି ବିଶ୍ବାସଯୋଗ୍ୟ ସାଥୀଙ୍କ ସହ ବ୍ୟକ୍ତିଗତ ଚାଟ୍ କରିବାକୁ ସେକଷ୍ଟିଙ୍ଗ କୁହାଯାଏ। ଲୋକମାନେ ଏବେ ଚାଟିଂରେ ପାର୍ଟନର ସହ ଯୋଡି ହେବା ପାଇଁ ନୂଆ ନୂଆ ତରିକା ଖୋଜୁଛନ୍ତି। ସେକଷ୍ଟିଙ୍ଗ ପାର୍ଟନର ସହିତ ସମ୍ପର୍କକୁ ମଜୁବତ କରିବାର ଭଲ ଉପାୟ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.