ଇରାନ ପରମାଣୁ ବୈଜ୍ଞାନିକ ହତ୍ୟା ମାମଲା: ଜଣେ କି ୨ ଜଣ ନୁହେଁ ଫଖରୀଜାଦେହଙ୍କୁ ହତ୍ୟା କରିଛନ୍ତି ୬୨ ଜଣ

Published By : Prameya-News7 Bureau | November 30, 2020 IST

ତେହେରାନ ୩୦।୧୧: ଇରାନ ବରିଷ୍ଠ ପରମାଣୁ ବୈଜ୍ଞାନିକ ମୋହସୀନ ଫଖରୀଜାଦେହଙ୍କ ହତ୍ୟା ଉପରୁ ପର୍ଦା ହଟିଛି। ହତ୍ୟାକାରୀ ଜଣେ କି ୨ ଜଣ ନୁହନ୍ତି ୬୨ ଜଣ ତାଙ୍କ ହତ୍ୟା ଚକ୍ରାନ୍ତ କରିଥିବା ବେଳେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି। ହତ୍ୟାକାରୀ ଛାଡି ଯାଇଥିବା ଅସ୍ତ୍ରରୁ ହତ୍ୟା ପଛରେ ଇଜ୍ରାଏଲର ହାତ ଥିବା ଏବେ ସ୍ପଷ୍ଟ ହୋଇଯାଇଛି।

{"id":370342,"sizeSlug":"large"}

ଫଖରୀଜାଦେହଙ୍କ ହତ୍ୟା ଅନ୍ୟଜଣେ ଭୈତିକ ବୈଜ୍ଞାନିକ ମାଜିଦ ଶାହାରିୟାରୀଙ୍କ ଦଶମ ଶ୍ରାଦ୍ଧୋତ୍ସବର ଦୁଇ ଦିନ ପୂର୍ବରୁ କରାଯାଇଛି। ହତ୍ୟାକାରୀ ରିମୋଟକଣ୍ଟ୍ରୋଲ ମେସିନଗନରୁ ଗୁଳି ଚଳାଇ ଫଖରୀଜାଦେହଙ୍କୁ ହତ୍ୟା କରିଛନ୍ତି। ଫଖରୀଜାଦେହଙ୍କୁ ଗତ ଶୁକ୍ରବାର ଉତ୍ତର ଇରାନ ଅବସରଦ ସହରରେ ହତ୍ୟା କରାଯାଇଥିଲା। ତାଙ୍କୁ ହତ୍ୟା କରିବା ଲାଗି ଯୋଜନାବଦ୍ଧ ଭାବେ ରାସ୍ତାରେ ବିଦ୍ୟୁତ୍‌ କାଟ କରାଯିବା ସହ ତାଙ୍କ ଆଗ ଗାଡିରେ ବିସ୍ଫୋରଣ କରାଯାଇଥିଲା।

{"id":370341,"sizeSlug":"large"}

ଗାଡି ଅଟକିବାରୁ ଫଖରୀଜାଦେ ବୁଲେଟପ୍ରୁଫ କାରରୁ ବାହାରକୁ ବାହାରିବା ମାତ୍ରେ ରିମୋଟ କଣ୍ଟ୍ରୋଲ ବନ୍ଧୁକରୁ ତାଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରାଯାଇଛି। ତଦନ୍ତକାରୀଙ୍କୁ ହତ୍ୟାକାରୀଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିସାରିଛି ଓ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ଘଟଣାକୁ ନେଇ ଇରାନ ରାଷ୍ଟ୍ରପତି ହସନ ରୁହାନୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ଉପଯୁକ୍ତ ଜବାବ ଦିଆଯିବ ବୋଲି କହିଛନ୍ତି ରୁହାନୀ।

{"id":370340,"sizeSlug":"large"}

ତେବେ ଇରାନୀ ବୈଜ୍ଞାନିକଙ୍କ ହତ୍ୟା ପଛରେ ହାତ ଅଭିଯୋଗ ପରେ ଇଜ୍ରାଏଲ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁଙ୍କ କାର୍ଯ୍ୟାଳୟ ଇରାନରୁ ଆସୁଥିବା ବୟାନ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛି। ତେବେ ଇରାନ ପୁରା ପ୍ରମାଣ ସହ ଇଜ୍ରାଏଲର ଜବାବ ଦେବ ବୋଲି କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.