ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ବେଶୀ ଟେନସନ୍ : ଆସିଛନ୍ତି ୧୮୧, କିନ୍ତୁ ମିଳୁନି ୬୨ଜଣଙ୍କ ଅତାପତ୍ତା
28/12/2020 at 1:49 PM

ଭୁବନେଶ୍ବର ୨୮।୧୨: ରାଜ୍ୟ ପାଇଁ ଚିନ୍ତା ବଢାଇଲେ ବ୍ରିଟେନ୍ ଫେରନ୍ତା । ୬୨ ଜଣ ବ୍ରିଟେନ୍ ଫେରନ୍ତାଙ୍କ ଠିକଣା ମିଳୁନାହିଁ । ଭୁଲ୍ ମୋବାଇଲ୍ ନମ୍ବର ଓ ଠିକଣା ଥିବାରୁ ଚିହ୍ନଟ ହୋଇପାରୁନାହାନ୍ତି । ନଭେମ୍ବର ୩୦ ତାରିଖରୁ ଓଡିଶାକୁ ବ୍ରିଟେନ୍ ରୁ ଫେରିଛନ୍ତି ୧୮୧ ଜଣ । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କର ପତ୍ତା ମିଳୁନାହିଁ । ଏପର୍ଯ୍ୟନ୍ତ ୬ ବ୍ରିଟେନ୍ ଫେରନ୍ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିସାରିଛି । ଏନେଇ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ବିଶ୍ବରେ କରୋନା ଭାଇରସର ନୂଆ ଷ୍ଟେନ୍ ଏବେ ଚିନ୍ତାର କାରଣ ପାଲଟିଛି । ଖାସ୍ କରି ବ୍ରିଟେନ୍, ଦକ୍ଷିଣ ଆଫ୍ରିକା, ଇଟାଲୀ, ଡେନମାର୍କ, ଅଷ୍ଟ୍ରେଲିଆରେ ଏହି ଭାଇରସ୍ ଦେଖାଦେଇଛି । ଯାହାକୁ ନେଇ ସାରା ବିଶ୍ବ ଏବେ ଚିନ୍ତାରେ ପଡିଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ସାର୍ସ କୋଭ-୨ ଭୟରେ ନମୁନା ସଂଗ୍ରହ, ଏହାର ସଂରକ୍ଷଣ ଓ ଏହାର ଜେନମ ସିକୋଏନ୍ସିଂର ପରିବହନ ନେଇ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି ସାରିଛି । ନୂଆ ଧରଣର ଏହି ଷ୍ଟେନ୍ ପରୀକ୍ଷା କରିବାକୁ ଭୁବନେଶ୍ବର ଆଇଏଲଏସକୁ ଚିହ୍ନଟ କରାଯାଇଛି ।