ଝାଡଖଣ୍ଡ ବିଧାନସଭା ନିର୍ବାଚନ: କାଁଭା ହିଁସା ସତ୍ୱେ ଦ୍ୱିତୀୟ ପର୍ଯ୍ୟାୟରେ ପଡିଲା ୬୨.୪୦ପ୍ରତିଶତ ଭୋଟ

Published By : Prameya-News7 Bureau | December 07, 2019 IST

ରାଞ୍ଚି ୭।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୨୦ଟି ବିଧାନସଭା ଆସନ ନିମନ୍ତେ ଭୋଟ ହୋଇଥିବା ବେଳେ ଶେଷ ପର୍ଯ୍ୟନ୍ତ ୬୨.୦୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। କାଁ ଭାଁ ହିଂସା ଓ ଉତ୍ତେଜନା ମଧ୍ୟରେ ସମସ୍ତ ଆସନରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିଲା।

ତେବେ ନିର୍ବାଚନରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ଲାଗି ମୁତୟନ ହୋଇଥିବା ପୋଲିସ ଏସଆଇ ହରିଶ୍ଚନ୍ଦ୍ର ଗିରି ହୃଦଘାତ ଯୋଗୁ ପ୍ରାଣ ହରାଇଥିବା ବେଳେ ଗୁମଲା ଜିଲ୍ଲା ସିସଇ ବିଧାନସଭା ନିର୍ବାଚନମଣ୍ଡଳିର ବଘନୀ ବୁଥରେ ପୋଲିସ ଫାୟରିଂ ଯୋଗୁ ଜଣେ ଗ୍ରାମୀଣ ପ୍ରାଣ ହରାଇଛନ୍ତି। ଏହି ଗୁଳିକାଣ୍ଡରେ ଅନ୍ୟ ୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶାନ୍ତିପୂର୍ଣ୍ଣ ମତଦାନ ଲାଗି ରାଜ୍ୟବାସୀଙ୍କୁ ଟ୍ୱିଟ୍ ବାର୍ତ୍ତାରେ ନିବେଦନ କରିଥିଲେ। ସେହିପରି ରାଜ୍ୟର ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ଟ୍ୱିଟ୍ କରି ଅଧିକରୁ ଅଧିକ ସଂଖ୍ୟକ ମତଦାତା ଗଣନ୍ତ୍ରର ମହାପର୍ବରେ ଭାଗିଦାର ହେବାକୁ ଆହ୍ୱାନ କରିଥିଲେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.