Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଦେଶରେ ଗିରଫ ହେଲେଣି ୬୧୯ ତବଲିଗି ଜମାତି, ଭିସା ଉଲ୍ଲଂଘନ କରି ଯୋଗ ଦେଇଥିଲେ ଧାର୍ମିକ ସଭାରେ

22/04/2020 at 5:50 PM

ପ୍ରୟାଗରାଜ ୨୨।୦୪: ଦେଶରେ କରୋନା ଭାଇରସ୍‌ ପ୍ରସାରରେ ମୁଖ୍ୟ ସ୍ରୋତ ପାଲଟିଥିବା ତବଲିଗି ଜମାତିଙ୍କୁ ଧରିବା ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଗତକାଲି ପ୍ରୟାଗରାଜରେ ୧୬ ବିଦେଶୀ ଜମାତିଙ୍କ ସମେତ ୩୦ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ୧୬ ଜଣଙ୍କୁ ମିଶାଇ କୋଭିଡ୍-୧୯ ଆକ୍ଟ ଏବଂ  ବିପର୍ଯ୍ୟୟ ପ୍ରବନ୍ଧନ ଆଧାରରେ ଦେଶରେ ଏ ପର୍ଯ୍ୟନ୍ତ ୬୧୯ ବିଦେଶୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ଅଛନ୍ତି ତବଲିଗି ଜମାତି। ଗିରଫ ହୋଇଥିବା ସମସ୍ତ ଜମାତିଙ୍କ ସମ୍ବନ୍ଧ ନୂଆଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ମରକଜରେ ଆୟୋଜିତ ତବଲିଗି ଜମାତ ଧାର୍ମିକ ସମାରୋହ ସହ ଜଡିତ ରହିଛି।

ଦେଶରେ ଉତ୍ତର ପ୍ରଦେଶରେ ସର୍ବାଧିକ ୩୪୧ ତବଲିଗି ଜମାତିଙ୍କୁ ଗିରଫ କରାଯାଇଛି। ଏହା ପରେ ମହାରାଷ୍ଟ୍ରରେ ୧୫୭, ବିହାରରେ ୬୬, କର୍ଣ୍ଣାଟକରେ ୩୪ ଓ ଝାରଖଣ୍ଡରେ ୨୧ ଜମାତିଙ୍କୁ ଗିରଫ କରାଯାଇଛି। ଅନ୍ୟତିନୋଟି ରାଜ୍ୟରେ ଜମାତିଙ୍କ ବିରୋଧରେ ମାମଲା ରୁଜୁ  ହୋଇଛି, କିନ୍ତୁ ସେମାନଙ୍କୁ ଗିରଫ କରାଯାଇ ପାରି ନାହିଁ। ତେଲେଙ୍ଗାନାରେ ୮୮ ବିଦେଶୀ ଜମାତି, ତାମିଲନାଡୁରେ ୭୨ ଓ ମଧ୍ୟ ପ୍ରଦେଶରେ ୬୫ ବିଦେଶୀ ଜମାତିଙ୍କ ବିରୋଧରେ ଏଫଆଇଆର ରୁଜୁ  ହୋଇଛି। ଏହି ସବୁ ବିଦେଶୀ ତବଲିଗି ଜମାତି ଭିସା ଆଇନର ଉଲ୍ଲଂଘନ କରି ଭାରତରେ ବିଭିନ୍ନ ଧାର୍ମିକ ସମାରୋହରେ ଯୋଗ ଦେବାର ଅପରାଧ କରିଛନ୍ତି।

ଗତକାଲି ପ୍ରୟାଗରାଜରୁ ଗିରଫ ୧୬ ବିଦେଶୀ ଜମାତିଙ୍କୁ ସଂପ୍ରତି ନାଇନି ଜେଲ୍‌ରେ ଆଇସୋଲେସନରେ ରଖାଯାଇଛି। ଏହି ବିଦେଶୀ ଜମାତିଙ୍କ ସହ ଆହ୍ଲାବାଦ ବିଶ୍ଵ ବିଦ୍ୟାଳୟର  ଜଣେ ପ୍ରଫେସରଙ୍କୁ ମଧ୍ୟ ଗିରଫ କରାଯାଇଛି। ପ୍ରଫେସର ଏହି ଜମାତିଙ୍କୁ ଲକ୍‌ଡାଉନ୍‌ ପରି ବିପଦ ସମୟରେ ଲୁଚାଇ ରଖିଥିଲେ। ଏହା ସହିତ ପ୍ରଫେସର ଜଣକ ନିଜାମୁଦ୍ଦିନରେ ବିଦେଶୀ ଜମାତିଙ୍କ ସହିତ ମଧ୍ୟ ଉପସ୍ଥିତ ଥିଲେ।

ଉତ୍ତର ପ୍ରଦେଶରେ ଗିରଫ ହୋଇଥିବା ତବଲିଗି ଜମାତିଙ୍କ ମଧ୍ୟରେ ୮୪ ପ୍ରତିଶତ ବାଂଲାଦେଶର ଅଟନ୍ତି। ବାକି ମାନେ ହେଲେ ଇଣ୍ଡୋନେସିଆ, ଥାଇଲାଣ୍ଡ, ମାଲେସିଆ, କାଜାକାସ୍ତାନ, କିର୍ଗିସ୍ତାନ ଓ ତାଜିକସ୍ତାନ। ଏହି ବିଦେଶୀ ତବଲିଗି  ଜମାତିଙ୍କ ବିରୋଧରେ ସେକ୍ସନ ୧୪(ବି) ଫରେନ୍ ଆକ୍ଟ, ୧୯୪୬ ଆଧାରରେ ମାମଲା ରୁଜୁ ହୋଇଛି।  

   Related Posts