ରାମ ମନ୍ଦିର ପାଇଁ ତାମିଲନାଡୁରୁ ଆସିଲା ୬୧୩ କେଜି ଓଜନର ଘଣ୍ଟି

Published By : Prameya-News7 Bureau | October 07, 2020 IST

ନୂଆଦିଲ୍ଲୀ ୦୭/୧୦: ଅଯୋଧ୍ୟା ଭୂମିପୂଜା ପରେ ପରେ ଆରମ୍ଭ ହୋଇଯାଇଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଏବେ ସୁଦ୍ଧା ରାମ ଶ୍ରଦ୍ଧାଳୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଭେଟି ଦେଇସାରିଲେଣି। ଆଜି ତାମିଲନାଡୁର ରାମେଶ୍ବରମରୁ ୪ ହଜାର ୫୦୦ କିଲୋମିଟର ଦୂରରୁ ୬୧୩ କିଲୋ ଓଜନର ଘଣ୍ଟି ରାମମନ୍ଦିର ପାଇଁ ଆସିଛି। ଏହି ଘଣ୍ଟିର ବିଶେଷତ୍ବ ହେଉଛି ଏହାର ଧ୍ବନି ବହୁ ଦୂର ଅର୍ଥାତ ବହୁ କିଲୋମିଟର ପର୍ଯ୍ୟନ୍ତ ଶୁଭିବ। ଏହାକୁ ଭେଟି ଦେଇଛନ୍ତି ଲିଗଲ ରାଇଟ୍ କାଉନସିଲ।

ସେପ୍ଟେମ୍ବର ୧୭ରେ ରାମେଶ୍ବରମରୁ ବାହାରିଥିବା ରାମ ରଥଯାତ୍ରା ୨୧ ଦିନରେ ୧୦ଟି ରାଜ୍ୟ ହୋଇ ଆଜି ପହଞ୍ଚିଛି। ଯାତ୍ରାରେ ସମୁଦାୟ ୧୮ ଜଣ ଲୋକ ସାମିଲ ଥିଲେ। ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ରରେ ପୂଜା ପରେ ତାମିଲନାଡୁର ମହିଳା ରାଜଲକ୍ଷ୍ମୀ ମାଣ୍ଡା ରାମ ମନ୍ଦିର ଟ୍ରଷ୍ଟକୁ ଘଣ୍ଟି ଭେଟି ଦେଇଛନ୍ତି। ଏହି ଅବସରରେ ସାଂସଦ, ନଗର ବିଧାୟକ ଓ ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.