Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ବାତ୍ୟା ‘ୟାସ୍’କୁ ନେଇ ବାଲେଶ୍ଵରବାସୀ ଆତଙ୍କିତ, କଚ୍ଚାଘରୁ ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର

25/05/2021 at 6:12 PM

ନୀଳଗିରି ୨୫।୫: ବାତ୍ୟା ‘ୟାସ୍’କୁ ନେଇ ବାଲେଶ୍ଵର ଜିଲ୍ଲାବାସୀ ଆତଙ୍କିତ ହୋଇପଡିଛନ୍ତି । ଏନେଇ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନୀଳଗିରି ଅଞ୍ଚଳରେ ସୋନ ନଦୀରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ନେଇ ନଦୀ କୂଳିଆଲୋକ ଆତଙ୍କିତ ହୋଇପଡିଛନ୍ତି । ମାଟିଘରୁ ଲୋକମାନଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି ।

ନୀଳଗିରି ବ୍ଲକରେ ୫୨ଟି ଆଶ୍ରୟସ୍ଥଳୀକୁ ୨୫୦୦ ଲୋକ ସ୍ଥାନାନ୍ତର ହୋଇଥିବା ବେଳେ ନୀଳଗିରି ଏନଏସିରେ ୧୪ଟି ଆଶ୍ରୟସ୍ଥଳୀରେ ୨୫୦୦ ଜଣ, ଔପଦା ବ୍ଲକରେ ହୋଇଥିବା ୨୨ଟି ଆଶ୍ରୟସ୍ଥଳୀରେ ୧୧୨୦  ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ନୀଳଗିରି ଉପଖଣ୍ଡରେ ମୋଟ୍ ୬୧୨୦ ଜଣ ଲୋକ ମାଟି ଘରୁ ସ୍ଥାନାନ୍ତର ହୋଇସାରିଲେଣି ।

ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳ ନୀଳଗିରି ଉପଜିଲ୍ଲାପାଳଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଥିବା ବେଳେ ତହସିଲଦାର, ବିଡ଼ିଓ ଓ ଏନଏସି ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts