ଯୁବକଙ୍କ ଅମାନୁଷିକ କାଣ୍ଡ: ମାଆ ବୟସ ମହିଳାଙ୍କ ପାଖରେ ହରାଇ ବସିଲେ ନିଜ ହିତାହିତ ଜ୍ଞାନ...

Published By : Prameya-News7 Bureau | July 13, 2019 IST

ନୂଆଦିଲ୍ଲୀ୧୩|୭:  ୩୦ ବର୍ଷୀୟ ଯୁବକଙ୍କ ଅମାନୁଷିକ କାଣ୍ଡ। ଦିଲ୍ଲୀର ଲାଜପତ୍ ନଗରସ୍ଥିତ ଏକ ପାର୍କ ଭିତରେ ଜଣେ ୬୧ ବର୍ଷିୟା ବୃଦ୍ଧାଙ୍କୁ ଦୁଷ୍ମର୍ମ କରି ଗିରଫ ହେଲେ ଯୁବକ। ବୁଧବାର ସକାଳ ୬ ଘଣ୍ଟିକା ସମୟରେ ପାର୍କରେ ଅସହାୟ ଭାବେ ପଡ଼ିରହିଥିବା ବୃଦ୍ଧାଙ୍କୁ ପୋଲିସ ଉଦ୍ଧାର କରିଛି। ପୀଡ଼ିତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

 ବୃଦ୍ଧାଙ୍କୁ ସହ ଦୁଷ୍ମର୍ମ ହୋଇଥିବା ନେଇ ଡାକ୍ତର ସୂଚନା ଦେଲା ପରେ ପୋଲିସ ଆରମ୍ଭ କରିଥିଲା ଛାନଭିନ୍। ପାର୍କରେ ଲାଗିଥିବା ସିସିଟିଭି ଅଭିଯୁକ୍ତ ସୁଧୀରଙ୍କ ପାଖରେ ପହଞ୍ଚାଇଥିଲା। ଏଯାବତ୍ ବୃଦ୍ଧାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଅଛି ବୋଲି ଡ଼ାକ୍ତର କହିଛନ୍ତି।

 ପୋଲିସଙ୍କ କହିବାନୁଯାୟୀ, ଅଭିଯୁକ୍ତ ସୁଧୀର ସବିତା ସେହି ଅଞ୍ଚଳରେ ଥିବା ଏକ ରେଷ୍ଟ୍ରୁରାଣ୍ଟରେ କାମ କରନ୍ତି। ସ୍ଥାନୀୟ ଅଞ୍ଚଳରେ ଭଡ଼ା ଘରେ ନିଜ ବଡ଼ ଭାଇଙ୍କ ସହିତ ରହୁଥିଲେ ଅଭିଯୁକ୍ତ ସୁଧୀର। ବୃଦ୍ଧା ମହିଳା ନିଜ ଭଉଣୀ ଘର ପାଖରେ ରହୁଥିଲେ । ସନ୍ଧ୍ୟା ସମୟରେ ପାର୍କରେ ବ୍ୟାୟମ କରିବା ନିମନ୍ତେ ଯା ମହିଳା ଜଣଙ୍କ ପାର୍କକୁ ଯାଇଥିଲେ। ବ୍ୟାୟମ ସାରି ପାର୍କ ଭିତରେ ବସିଥିଲେ। ଅଭିଯୁକ୍ତ ସୁଧୀର ସବିତା ବୃଦ୍ଧା ମହିଳାଙ୍କୁ ତାଙ୍କ ସହିତ ଯିବା ପାଇଁ କହିଥିଲେ।

ବୃଦ୍ଧା ମହିଳା ଅଭିଯୁକ୍ତ କଥାରୁ ସ୍ପଷ୍ଟ ଥିଲା, କିଛି ମନ୍ଦ ଉଦ୍ଦେଶ୍ୟ ଯିବାକୁ କହୁଛି। ସେଥିପାଇଁ ତାଙ୍କ ସହିତ ଯିବା ପାଇଁ ରୋକ ଠୋକ ମନା କରିବାରୁ ବୃଦ୍ଧା ମହିଳାଙ୍କୁ ମାଡ଼ ମାରିବା ସହିତ ଠେଲାପେଲା କରିଥିଲେ ଅଭିଯୁକ୍ତ ସୁଧୀର। ଏହି ଘଟଣାରେ ଅଧିକ ତଥ୍ୟ ପାଇଁ ୫୦ ଲୋକଙ୍କୁ ଅଟକ ରଖିବା ସହିତ ପଚାର ଉଚାର ଜାରି ରଖିଛି।

ପୂର୍ବରୁ ମହିଳାଙ୍କ ଗତି ବିଧି ଉପରେ ନଜର ରଖୁଥିଲେ ଅଭିଯୁକ୍ତ ସୁଧୀର ବୋଲି ପୋଲିସ କହିଛି। ପାର୍କ ଭିତର ଥିବା ସିସିଟିଭି ପୁଟେଜ ଆଧାର ପୋଲିସ ତନାଘନା ଜାରି ରଖିଛି। ଏହି ଘଟଣାରେ ଦିଲ୍ଲୀରେ ଏକ ଆଲୋଡ଼ନ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.