କ୍ଷୀପ୍ର ଗତିରେ ବଢ଼ୁଛି କରୋନା, ମହାରାଷ୍ଟ୍ରରେ ୬୧ ହଜାର ଛୁଇଁଲା ସଂକ୍ରମଣ, ମୁମ୍ୱାଇ ଅଣାୟତ

Published By : Prameya-News7 Bureau | April 15, 2021 IST

ମୁମ୍ୱାଇ, ୧୫/୦୪: ଦେଶରେ ଏବେ କରୋନା ଅଣାୟତ ସ୍ଥିତିରେ ପହଞ୍ଚିଛି । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣ ଉଦ୍ଧବ ସରକାରଙ୍କ ଚିନ୍ତାର କାରଣ ପାଲଟିଗଲାଣି । ପ୍ରତ୍ୟେକଦିନ ମାମଲା ବଢ଼ିବାରେ ଲାଗିଛି । ଏଥି ମଧ୍ୟରେ ମୁମ୍ୱାଇ ସମେତ ସମ୍ପୂର୍ଣ୍ଣ ମହାରାଷ୍ଟ୍ର ଏକ ପ୍ରକାରର ମିନି ଲକ୍‌ଡାଉନ୍‌ ମଧ୍ୟରେ ପ୍ରବେଶ କରିଛି ।

ମହାରାଷ୍ଟ୍ରରେ ଗୁରୁବାର କରୋନା ସଂକ୍ରମଣ ବିଷ୍ପୋରକ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧,୬୯୫ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏଥିସହିତ ୩୪୯ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ପ୍ରଯ୍ୟନ୍ତ ପାଖାପାଖି ୩୫,୮୭,୪୭୮ ଜଣ ଲୋକ ଘରୋଇ ସଂଘରୋଧରେ ରହିଛନ୍ତି ଏବଂ ୨୭,୨୭୩ ଜଣ ଲୋକ ସରକାରୀ ସଙ୍ଗରୋଧରେ ରହିଛନ୍ତି ।

ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ୬,୨୦,୦୬୦ ଆକ୍ଟିଭ୍ କେସ୍‌ ରହିଥିବା ବେଳେ କେବଳ ମୁମ୍ୱାଇରେ ଆଜି ୮୨୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ୪୯ ଜଣ ମୁମ୍ୱାଇ ମହାନଗରନିଗମ ଅଞ୍ଚଳର ଲୋକଙ୍କର ଏଥିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.