Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ସେନାରୁ ହଟିବ ହର୍ଷ ରେଜିମେଣ୍ଟ, ଆର୍ମଡ ଟ୍ୟାଙ୍କ ନେବ ଏହାର ସ୍ଥାନ

23/05/2020 at 4:30 PM

ନୂଆଦିଲ୍ଲୀ ୨୩।୫: ଭାରତୀୟ ସେନାରୁ ହର୍ଷ ରେଜିମେଣ୍ଟକୁ ହଟାଇ ଦିଆଯିବ।  ୬୧-କାଭଲେରୀଙ୍କୁ ଇଣ୍ଡିପେଣ୍ଡେଣ୍ଟ ଟି-୭୨ ଟ୍ୟାଙ୍କ ସ୍କ୍ୱାଡ୍ରନରେ ମିସାଇ ଦିଆଯିବ। ଏହି ସୂଚନା ଦେଇଛନ୍ତି ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍.ନରୱାଣେ। ତେବେ ଭାରତୀୟ ସେନାରେ ଦୀର୍ଘ ୬୭ ବର୍ଷ ହେଲା ସେବା ଯୋଗାଇ ଆସୁଥିବା ୬୧- କ୍ୟାଭଲେରୀ ହଟାଇବା ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଉଛି। ଭାରତ ବ୍ୟତୀତ ଏପରି ସୁସଜ୍ଜିତ କାଭଲେରୀ ବିଶ୍ୱର କୌଣସି ଦେଶରେ ନାହିଁ। ଅନ୍ୟପକ୍ଷରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତିଙ୍କୁ ଉତ୍ସବ ସ୍ଥଳକୁ ସହ ପହଞ୍ଚାଇ ଆଭିଜାତ୍ୟ ବୃଦ୍ଧି କରୁଥିବା ତର୍କ କରାଯାଉଛି।

ରାଜସ୍ଥାନ ଜୟପୁରରେ ଅବସ୍ଥାପିତ ୬୧-କାଭଲେରୀ ମୁଖ୍ୟାଳୟ ଦେଶରେ ରାଜତନ୍ତ୍ରର ପରମ୍ପରାକୁ ବଜାୟ ରଖିଛି। ଏହା ଛଡା ଅନ୍ତର୍ଜାତୀୟ କ୍ରିଡାରେ ମଧ୍ୟ ସେନାର ଏହି ରେଜିମେଣ୍ଟ ଭାରତର ଗୌରବ ବୃଦ୍ଧି କରିଆସିଛି। ସେନାର ଏହି ଶାଖା କ୍ରିଡା କ୍ଷେତ୍ରରେ ୧୧ ଅର୍ଜ୍ଜୁନ ଓ ୧୦ ଏସିୟାନ ଗେମସ୍ ଆୱାର୍ଡ ଜିତିଛି। ଏହା ଛଡା ୨୦୧୧ ଓ ୨୦୧୭ ୱାର୍ଲଡ ପୋଲୋ ପ୍ରତିଯୋଗୀତାରେ ମଧ୍ୟ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲା।

ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ୬୧-କାଭଲେରୀ ଅଦମ୍ୟ ବୀରତ୍ୱ ପ୍ରଦର୍ଶନ କରିଥିବାର ନିଜର ରହିଛି। ୧୯୬୧ ଅପରେସନ ବିଜୟ ଓ ୧୯୭୧ ଭାର-ପାକ୍ ଯୁଦ୍ଧରେ କାଭଲେରୀର ବାହାଦୂରୀ କମ୍ ନଥିଲା। ତେବେ ସମୟ ସହିତ ବୈଷୟିକ ଜ୍ଞାନକୌଶଳରେ ପରିବର୍ତ୍ତନ ହୋଇଛି। ଜୟପୁରରେ ଏବେ ୩ ଇଣ୍ଡିପେଣ୍ଡଣ୍ଟ ଟି-୭୨ ଟ୍ୟାଙ୍କ ସ୍କ୍ୱାଡ୍ରନ ସ୍ଥାପନ କରିବା ଲାଗି ସେନା ଯୋଜନା କରିଛି। ଏଣୁ ଏଠାରେ ୬୧-କାଭଲେରୀକୁ ଆର୍ମଡ ରେଜିମେଣ୍ଟ ସହ ମିସାଇ ଦେବାକୁ ଚୂଡାନ୍ତ ଯୋଜନା ହୋଇଛି। ସେହି ଅନୁସାରେ ଏବେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡିଛି।

   Related Posts