Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପଶ୍ଚିମବଙ୍ଗରେ ୬୧ ବିଜେପି ବିଧାୟକଙ୍କୁ ମିଳିଲା X କାଟାଗୋରୀ ସୁରକ୍ଷା, ନିଷ୍ପତ୍ତି ନେଲା ଗୃହ ମନ୍ତ୍ରଣାଳୟ

10/05/2021 at 9:04 PM

ନୂଆଦିଲ୍ଲୀ ୧୦।୦୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ପରେ ରାଜ୍ୟରେ ହିଂସାତ୍ମକ ଘଟଣା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୬୧ ବିଧାୟକଙ୍କୁ X କାଟାଗୋରୀର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମବଙ୍ଗର ୬୧ ବିଜେପି ବିଧାୟକଙ୍କୁ ସିଆଇଏସଏଫ ସୁରକ୍ଷାର ବିସ୍ତୃତ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ୭୦ ଜଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା, ଯାହାର ବୈଧତା ମେ ୧୫ ପର୍ଯ୍ୟନ୍ତ ରହିଛି। ବିଜେପିର ଏହି ୭୦ ନେତାଙ୍କ ସୁରକ୍ଷାରେ ମଧ୍ୟ ସିଆଇଏସଏଫକୁ ମୁତୟନ କରାଯାଇଛି।

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଘଟଣା ଲଗାତାର  ବଢିବାରେ ଲାଗିଛି। ନିର୍ବାଚନ ସମୟରେ ମଧ୍ୟ ଟିଏମସି ଓ  ବିଜେପି ନେତାଙ୍କ ଉପରେ ଆକ୍ରମଣର ଘଟଣା ସାମ୍ନାକୁ ଆସିଥିଲା। ନିର୍ବାଚନ ଫଳାଫଳ ପରେ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣର ଅଭିଯୋଗ ଲଗାଇଥିଲେ। କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ ବିରୋଧରେ ବିଜେପି ପ୍ରଦର୍ଶନ ମଧ୍ୟ କରିଥିଲା। ବିଜେପି ସଭାପତି ଜେପି ନଡ୍ଡା ପୀଡିତ ପରିଜନଙ୍କୁ ଭେଟିବା ଓ ବିରୋଧ ପ୍ରଦର୍ଶନ ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ।

   Related Posts