୨ଦିଵ୍ୟାଙ୍ଗ ଯୁବକ ପୁଅଙ୍କ ସେବାରେ ୬୦ ବର୍ଷ ବୟସରେ ବାପା ସାଜିଛି ମା , ସବୁ ସରକାରୀ ସୁବିଧାରୁ ବଞ୍ଚିତ ପରିବାରର ଦୁଃଖ ଦେଖିଲେ ଆଖିରେ ଆସିଯିବ ପାଣି…

Published By : Prameya-News7 Bureau | September 06, 2019 IST

ଜୟପୁର(ପଦ୍ମନାଭ ହୋତା)୬|୮: ଯୁବକ ଅଵସ୍ଥାରେ ଅସହ୍ୟ ଯନ୍ତ୍ରଣା।ଆଉ ରୋଗ ଏମିତିଯେ ଏହା ଘରର ଦୁଇ ଭାଇଙ୍କୁ ପଙ୍ଗୁ କରି ଦେଇଛି।ଯୌବନରେ ଜୀବନକୁ ଉପଭୋଗ କରିଵା ଵଦଳରେ ଏମାନେ ଏଵେ ଶଯ୍ୟାସାୟୀ।ସେପଟେ ଵୃଦ୍ଧ ବାପାଙ୍କୁ ଏହି ଦୁଈ ପୁଅ ସାହାରା ହେବା ଵଦଳରେ ଓଲଟି ୬୦ ବର୍ଷ ବୟସ୍କ ବୃଦ୍ଧ ବାପାଙ୍କ ସାହାରାରେ ଜୀବନ ଵିତାଉଛନ୍ତି। ଏମିତି ଦୃଶ୍ୟ ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ଖଡପା ଗାଁରୁ।ଆଉ ଏ ସଵୁ ମଧ୍ୟରେ ସମସ୍ତ ସରକାରୀ ଯୋଯନାରୁ ବଂଚିତ ହୋଇ ଅଭିଶପ୍ତ ଜୀବନ ଵିତାଉଛନ୍ତି ଏହି ପରିଵାର।

{"id":154020}

ଯୌବନ ଅଵସ୍ଥାରେ ଶଯ୍ୟାସାୟୀ। ଜୀବନକୁ ଉପଭୋଗ କରିଵା ସମୟରେ ଯନ୍ତ୍ରଣାରେ ଛଟପଟ।ଆଉ ଅନ୍ୟକୁ ସାହାରା ଦେଵା ସମୟରେ ଅନ୍ୟର ସାହାରାରେ ଵଂଚୁଛନ୍ତି ଦୁଇ ଭାଇ।କାରଣ ଦୁରା ରୋଗ ଏମିତି ଯେ ଏହା ଏମାନଙ୍କୁ ପଙ୍ଗୁ କରି ଦେଇଛି।ଏମାନେ ହେଲେ କୋରାପୁଟ ଜିଲ୍ଲା ଖଡପା ଗାଁର ଘନଶ୍ୟାମ ଭତ୍ରା ଓ ଦୂର୍ଯ୍ୟୋଧନ ଭତ୍ରା।ଵଡ଼ ଭାଇ ଘନଶ୍ୟାମର ବୟସ ୨୫ ବର୍ଷ ଓ ସାନ ଭାଇ ଦୂର୍ଯ୍ୟୋଧନର ବୟସ ୧୯ ହେଵ।

{"id":154021}

ହେଲେ ଏମାନଙ୍କୁ ଦେଖିଲେ ଲାଗୁଛନ୍ତି ସତେ ଯେମିତି ଏମାନେ ୮/୧୦ ବର୍ଷର ଶିଶୁ।ଜନ୍ମରୁ ସଵୁ କିଛି ଠିକ୍ ଠାକ୍ ଥିବା ବେଳେ ଏହି ଦୁଇ ଭାଇ ସ୍କୁଲକୁ ଵି ଯାଉଥିଲେ।ହେଲେ ପରବର୍ତ୍ତୀ ସମୟରେ ପୋଲିଓରେ ଆକ୍ରାନ୍ତ  ହେଵା ପରେ ଏମାନଙ୍କ ଏପରି ଅବସ୍ଥା।ଆଉ ସେପଟେ ପିଲା ବେଳୁ ମାଆଙ୍କୁ ଦୁଇ ଭାଇ ହରାଇଵା ପରେ ଏଵେ ଵୃଦ୍ଧ ବାପା ହିଁ ଏମାନଙ୍କ ଏକ ମାତ୍ର ସାହାରା।ଏହି ଦୁଇ ଭାଇଙ୍କ ନିତ୍ୟକର୍ମଠାରୁ ଆରମ୍ଭ କରି ସଵୁ କାମ ଏବେ ୬୦ ବର୍ଷ ବୃଦ୍ଧ ଵାପାଙ୍କ କାନ୍ଧରେ।

{"id":154022}

ସ୍ତ୍ରୀ, ୩ ଝିଅ ଓ ୪ ପୁଅଙ୍କୁ ନେଇ ଭକ୍ତରାମଙ୍କ ପରିବାର।ସବୁ କିଛି ହସ ଖୁସିରେ ଚାଲୁଥିଲା।ହେଲେ ଦୁଇ ପୁଅ ପୋଲିଓରେ ଆକ୍ରାନ୍ତ ହେଵା ପରେ ଦିବ୍ୟାଂଗ ପାଲଟିଗଲେ।ଆଉ ମାଆ ବି ଅକାଳରେ ଚାଲିଯିବା ପରେ ପୁରା ପରିଵାର ଉପରେ ସତେ ଯେମିତି ଦୁଃଖର ପାହାଡ ଭାଂଗି ପଡିଲା।ପରିଵାରର ଆର୍ଥିକ ସ୍ଥିତି ଭଲନଥିଵାଵେଳେ ଵାପା ଜମିରେ ମୂଲ ଲାଗିଲେ ଯାହା ରୋଜଗାର କରନ୍ତି ସେତିକିରେ ପରିଵାର ଚଳେ।

{"id":154023}

ହେଲେ ଅଧିକାଂଶ ସମୟ ୨ ପୁଅଙ୍କ ସେଵାରେ ଵାପାଙ୍କ ବିତି ଯାଉଥିଵାରୁ ଘରର ଆର୍ଥିକ ସ୍ଥିତି ବି ଭଲ ନାହିଁ।ଭଙ୍ଗା ଚାଳ ଛପର ଘରେ ଏମାନଙ୍କ ଜୀବନ ବିତୁଥିବା ବେଳେ କେବଳ ଭିନ୍ନକ୍ଷମ ପ୍ରମାଣ ପତ୍ର ଖଣ୍ଡେ ହାତରେ ଧରାଇ ପ୍ରଶାସନ ଦାୟିତ୍ୱ ସାରି ଦେଇଛି।କେଵଳ ସେତିକି ନୁହଁ ରେସନ କାର୍ଡ ଵି ପରିଵାରର କଟି ଯାଇଥିଵା ବେଳେ ଵାରମ୍ବାର ଆବେଦନ ସତ୍ତ୍ୱେ ଇନ୍ଦିରା ଆଵାସ ଘରଟିଏ ବି ପ୍ରଶାସନ ଆଜି ପର୍ଯ୍ୟନ୍ତ ଯୋଗାଇ ନାହିଁ।ତେଣୁ ଏହି ପରିଵାରକୁ ସରକାରୀ ସହାୟତା ଯୋଗାଇ ଦେଵାକୁ ଦାଵି କରିଛନ୍ତି ପରିଵାର ଲୋକ ଓ ଗ୍ରାମବାସୀ।

{"id":154024}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.