୬୦ବର୍ଷରେ ପାଦ ଥାପିଛି ନନ୍ଦନକାନନ : ଖୋଲିଲା ୪ଟି ଖୁଆଡ଼, ବିରଳ କଳାବାଘ ସ୍ପନ୍ଦନ ଓ ବାସୁଙ୍କୁ ଦେଖିଲେ ପର୍ଯ୍ୟଟକ
29/12/2019 at 7:38 PM

ଭୁବନେଶ୍ବର ୨୯।୧୨: ରବିବାର ଦିନ ଧୁମଧାମରେ ପାଳିତ ହେ।ଇଛି ନନ୍ଦନକାନନର ୬୦ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ମୁଖ୍ୟ ଗେଟ୍ ଠାରୁ ଆରମ୍ଭ କରି ଭିତର ଖୁଆଡ ପର୍ଯ୍ୟନ୍ତ ସୁନ୍ଦର ଫୁଲରେ ସଜାଯାଇଛି । ଏହି ଅବସରରେ ପ୍ରାଣୀ ଉଦ୍ୟାନ ପକ୍ଷରୁ ୪ଟି ଖୁଆଡ଼ର ଉଦଘାଟନ କରାଯାଇଛି ।

୬୦ବର୍ଷରେ ପାଦ ଥାପିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ନନ୍ଦନକାନନର ଜନ୍ମଦିବସକୁ ଧୁମଧାମରେ ପାଳନ କରିଛନ୍ତି କର୍ତ୍ତୃପକ୍ଷ । ପ୍ରାଣୀ ଉଦ୍ୟାନର ମୁଖ୍ୟ ଗେଟ୍ ଠାରୁ ଭିତର ଖୁଆଡ ପର୍ଯ୍ୟନ୍ତ ଫୁଲରେ ସଜାଯାଇଛି । ଏହି ଅବସରରେ କାମାରିନ ମାଙ୍କଡ,ମାର୍ମୋସେଟ ଓ ଧୁସର ଗଧିଆ ଭଳି ୩ ଟି ନୂଆ ଖୁଆଡ ଉଦ୍ ଘାଟନ କରାଯାଇଛି । ସେହିଭଳି ଏଣିକି ସମ୍ରାଟ ଓ ରେଣୁକାଙ୍କ ଔରସରୁ ଜନ୍ମ ହେ।ଇଥିବା ବିରଳ କଳା ବାଘ ବାସୁ ଓ ସ୍ପନ୍ଦନଙ୍କୁ ଦେଖିପାରିବେ ପର୍ଯ୍ୟଟକ । ସେମାନଙ୍କର ନାମକରଣ କରାଯିବା ସହ ୩୩ ନମ୍ବର ଖୁଆଡରେ ସେମାନଙ୍କୁ ଛଡାଯାଇଛି । ବିଧାୟକ ସୁର ରାଉତରାୟ ଓ ସୁଶାନ୍ତ ରାଉତ ଅତିଥି ଭାବେ ଯେ।ଗ ଦେଇ ସେମାନଙ୍କର ନାମକରଣ କରିଥିଲେ ।

୧୯୬୦ ଡିସେମ୍ବର ୨୯ରେ ପ୍ରତିଷ୍ଠା ହୋଇଥିଲା ନନ୍ଦନକାନନ । ମାତ୍ର ୭ଟି ପ୍ରଜାତିର ଜୀବଜନ୍ତୁଙ୍କୁ ନେଇ ଆରମ୍ଭ ହୋଇଥିବା ନନ୍ଦନକାନନନରେ ଏବେ ୧୪୯ ପ୍ରଜାତିର ଜୀବଜନ୍ତୁ ଅଛନ୍ତି । ଏହି ଜାତୀୟ ପ୍ରାଣୀ ଉଦ୍ୟାନରେ ରହୁଛନ୍ତି ୩ ହଜାର ୪ଶହ ଜୀବଜନ୍ତୁ । ବଜ୍ରକାପ୍ତା, ପାଣିଗୋଧି, ଶାଗୁଣା ଭଳି କେତକ ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ପ୍ରଜନନ କେନ୍ଦ୍ର ରୂପେ ନନ୍ଦନକାନନ ଅନ୍ତରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ହାସଲ କରିପାରିଛି । ଏଠାରେ ଥିବା କାଞ୍ଜିଆହ୍ରଦ ସାଙ୍ଗକୁ ପ୍ରକୃତିକ ପରିବେଶ ଦେଶ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ତେବେ ଆଗକୁ ଶ୍ରୀଲଙ୍କାର ସିଂହ ଆଣିବାକୁ ଯେ।ଜନା ରହିଛି । ଏଥି ସହ ଖୁବ ଶୀଘ୍ର ଟୟଟ୍ରେନ ଓ ରେ।ପଓ୍ବେ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।
