ଫ୍ଲିପକାର୍ଟ ଏବଂ ଆମାଜନରୁ ୬୦ ହଜାର ଟଙ୍କାର ଜିନିଷ ବାକିରେ କିଣି ପାରିବେ : ଜାଣନ୍ତୁ କେମିତି

Published By : Prameya-News7 Bureau | October 10, 2018 IST

ନୂଆଦିଲ୍ଲୀ ୧୦/୧୦ : ଫ୍ଲିପକାର୍ଟ ଏବଂ ଆମାଜନ ଭଳି ଅନଲାଇନ ସପିଙ୍ଗ ସଂସ୍ଥାମାନେ ଏବେ ଗ୍ରାହକଙ୍କ ଲାଗି ଆଉ ଏକ ସୁବିଧା ଘୋଷଣା କରିଛନ୍ତି | ସେଲ ଚାଲିଥିବା ସମୟରେ ଉପଭୋକ୍ତା ଯଦି ତାଙ୍କର ଆଧାର କାର୍ଡ ବ୍ୟବହାର କରନ୍ତି ତାହେଲେ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଜିନିଷ ବାକିରେ ଖରିଦ କରିପାରିବେ ବୋଲି ଏହି ସଂସ୍ଥାମାନେ ଘୋଷଣା କରିଛନ୍ତି | ତେବେ ଏଭଳି ବ୍ୟବସ୍ଥା ନିକଟରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶର ଉଲ୍ଲଙ୍ଘନ ବୋଲି କିଛି ଆଇନଜୀବୀ କହିଛନ୍ତି | ସୂଚନାଯୋଗ୍ୟ ଯେ, ଘରୋଇ ସଂସ୍ଥାମାନେ କୌଣସି ବ୍ୟକ୍ତିଙ୍କ ଆଧାର ତଥ୍ୟକୁ ବ୍ୟବହାର କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ | ନିଜ ନିଜର ବ୍ୟବସାୟ ବୃଦ୍ଧି କରିବା ପାଇଁ ଏହିସବୁ ଅନଲାଇନ ସପିଙ୍ଗ ସଂସ୍ଥା ମୋବାଇଲ ଆପ ଜରିଆରେ ତୁରନ୍ତ ବାକି ବା ଋଣ ପ୍ରଦାନ କରୁଛନ୍ତି | ତେବେ ଏଥିରେ ଆଧାରକାର୍ଡ଼ ନମ୍ବର ଦେବାକୁ ହୋଇଥାଏ | ଆଧାରକାର୍ଡ଼ ନମ୍ବର ବ୍ୟବହାର କଲେ ଫ୍ଲିପକାର୍ଟ ଏବଂ ଆମାଜନ ସଂସ୍ଥା ବିନା ସୁଧରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ ବାକିରେ କିଣିବା ଲାଗି ସୁଜିଗ ଦେଇଥାଏ | ଏଥିପାଇଁ କ୍ରେଡିଟ ବା ଡେବିଟ କାର୍ଡର ମଧ୍ୟ କୌଣସି ଆବଶ୍ୟକତା ନାହିଁ | ଉପରୋକ୍ତ ଆପରେ ନିଜର ଆଧାର ଓ ପାନ ନମ୍ବର ଦାଖଲ କଲାପରେ ଉପଭୋକ୍ତା ଜାଣିପାରିବେ ଯେ, ସେ କେତେ ଟଙ୍କାର ଜିନିଷ ବାକିରେ କିଣିପାରିବେ | ଗ୍ରାହକଙ୍କ କିଣିବା ଶୈଳୀ ଓ ବାକି ଶୁଝିବା ଅଭ୍ୟାସକୁ ଆଧାର କରି ବାକି ପରିମାଣ ଧାର୍ଯ୍ୟ କରାଯାଇଥାଏ | ଆଜି ଫ୍ଲିପକାର୍ଟ ଗୁଗୁଲ ଜୁ ମଧ୍ୟରେ ସହଭାଗିତା ହୋଇଛି | ଏହି ସହଭାଗିତା ଆଧାରରେ ଫ୍ଲିପକାର୍ଟ ଦୁଇ ନୂଆ ପ୍ରଡକ୍ଟ ମଧ୍ୟ ଲଞ୍ଚ କରୁଛି | The Big Billion Days Ka Boss ନାମକ ଏକ ନୂଆ ବ୍ୟବସ୍ଥାର ଶୁଭାରମ୍ଭ ପାଇଁ ମଧ୍ୟ ଏହି ସହଭାଗିତା ଉଦ୍ଧିଷ୍ଟ | ଏହି ନୂଆ ଦୁଇଟି ପ୍ରଡକ୍ଟ ପାଇଁ ଉପଭୋକ୍ତାମାନେ ଭଏସ ଜରିଆରେ ପ୍ରଡକ୍ଟର ମୂଲ୍ୟ ଅନୁମାନ କରିବେ | ଅଂଶଗ୍ରହଣକାରୀ ଉପରୋକ୍ତ 'ବସ' ଉପାଧି ପ୍ରଦାନ କରାଯିବ | ମୂଲ୍ୟ ଅନୁମାନ ପାଇଁ ପ୍ରତିଯୋଗିତାରେ ଯିଏ ବିଜେତା ହେବ ତାଙ୍କୁ ପ୍ରଡକ୍ଟଟି ମାଗଣାରେ ପ୍ରଦାନ କରାଯିବ | ପୂଜା ଉପଲକ୍ଷେ ଆମାଜନ ପ୍ରାଇମି ମେମ୍ବର୍ସଙ୍କ ପାଇଁ ସେଲ ଆରମ୍ଭ କରିସାରିଛି | ଏହି ସେଲରେ ଉଭୟ ଫ୍ଲାଟ ରିହାତି ସହିତ ପଦକଙ୍କ ରିହାତି ମଧ୍ୟ ପ୍ରଦାନ କରାଯାଇଛି | ଏହି ସେଲରେ ଆଇଫୋନ-X, One Plus 6 ସହିତ ବହୁ ପ୍ରକାରର ସ୍ମାର୍ଟ ଫୋନ ଉପରେ ବିଶେଷ ରିହାତି ପ୍ରଦାନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.