କରୋନାକାଳରେ ଆଶ୍ଵସ୍ତି: ଆଜି ଆରୋଗ୍ୟ ହେଲେ ୬୦୮ ସଂକ୍ରମିତ, ୧୨ ହଜାର ନିକଟତର ସୁସ୍ଥ ସଂଖ୍ୟା

Published By : Prameya-News7 Bureau | July 18, 2020 IST

ଭୁବନେଶ୍ଵର ୧୮।୦୭: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ସବୁ ପ୍ରୟାସ ପରେ ବି ସଂକ୍ରମଣ ଥମିବାର ନାଁ ନେଉନାହିଁ। ଫଳରେ ରାଜ୍ୟର ସବୁଠୁ ଅଧିକ କରୋନା ପ୍ରବଣ ଜିଲ୍ଲା ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଆଶ୍ଵସ୍ତିକର ବିଷୟ ଦୈନିକ ବଢୁଥିବା ସଂକ୍ରମଣ ସହିତ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଆଜି ୬୦୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧୯୩୮କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ସବୁ ଦିନ ପରି ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୭୯ ସଂକ୍ରମିତ ସୁସ୍ଥ ଲାଭ କରିଛନ୍ତି। ସେହି ପରି ଯାଜପୁରରୁ ୮୪, ଖୋର୍ଦ୍ଧାରୁ ୫୦, କଟକରୁ ୪୨, କେନ୍ଦୁଝରରୁ ୨୩, ମାଲକାନଗିରିରୁ ୨୧, ପୁରୀରୁ ୧୫, ସୁନ୍ଦରଗଡରୁ ୧୫, ମୟୂରଭଞ୍ଜରୁ ୧୨, ବରଗଡରୁ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html wp:html /wp:html

ସେହି ପରି କୋରାପୁଟରୁ ୯, କନ୍ଧମାଳରୁ ୮, ଜଗତସିଂହପୁରରୁ ୭, ଅନୁଗୁଳ,  ବାଲେଶ୍ଵର ଓ ନରବଙ୍ଗପୁରରୁ ୬ ଜଣ ଲେଖାଏଁ, ଭଦ୍ରକରୁ ୫, ଗଜପତିରୁ ୩, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳରୁ ଜଣେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆଜି ମୋଟ୍ ୬୦୮ ଜଣ କରୋନାକୁ ମାତ୍‌ ଦେବାରେ ସଫଳ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୯୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୬୭୦୧ରେ ପହଞ୍ଚିଛି। ଆଜିର ୬୦୮ ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ୧୧୯୩୮ରେ ପହଞ୍ଚିଛି।  ସେହି ଭଳି ଆଜି ଏହି ମହାମାରୀରେ ଆଉ ୩ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.