Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ
  • ||
  • ସାମାନ୍ୟ ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୭୦୩ କରୋନା ପଜିଟିଭ୍
  • ||

ଋଷ୍‌ର କରୋନା ଟିକା ଟ୍ରାଏଲ ପାଇଁ ଆଗେଇ ଆସିଲେ ୬୦ହଜାର ଲୋକ, ୭ଶହରୁ ଅଧିକ ଲୋକଙ୍କୁ ଦିଆଯାଇଛି ଡୋଜ୍

22/09/2020 at 5:38 PM

ମସ୍କୋ ୨୨।୯: ସାରା ବିଶ୍ବରେ ପ୍ରଥନ କରୋନା ଟିକା ପ୍ରସ୍ତୁତ କରିଥିବା ଋଷର ରାଜଧାନୀ ମସ୍କୋରେ ୬୦ହଜାରରୁ ଅଧିକ ଲୋକ କରୋନା ଟିକା ପରୀକ୍ଷଣ ପାଇଁ ଆବେଦନ କରିଛନ୍ତି । ଏହାସହ ଋଷର ୭ଶହରୁ ଅଧିକ ଲୋକଙ୍କୁ ଇଞ୍ଜେକ୍ସନ ଦିଆଯାଇଛି । କରୋନା ଟିକା ସ୍ପୁଟନିକ୍-୫କୁ ଗାମଲେୟା ସାଇଣ୍ଟିଫିକ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିୟୋଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ବାରା ବିକଶିତ ହୋଇଛି । ଏହାକୁ ଅଗଷ୍ଟ ମାସ ୧୧ ତାରିଖରେ ପଞ୍ଜିକୃତ କରାଯାଇଥିଲା ।

ମେୟର ସର୍ଗେଇ ସୋବୟାନିନ ରବିବାର ଦିନ କହିଥିଲେ ଯେ ୬୦ହଜାରରୁ ଅଧିକ ଲୋକ ଏହି ପରୀକ୍ଷା ପାଇଁ ସ୍ବୟଂ ସାଇନ୍ ଅପ୍ କରିଛନ୍ତି ଏବଂ ଅନେକ ଲୋକ ଏହି ପରୀକ୍ଷା ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ପଞ୍ଜୀକୃତ କରିବା ପାଇଁ ମଧ୍ୟ ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷାରେ ପାସ୍ ମଧ୍ୟ କରିଛନ୍ତି ।

ଋଷର ଟାସ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଏପର୍ଯ୍ୟନ୍ତ ୭ଶହ ଲୋକଙ୍କୁ ଟିକା ଦିଆଯାଇଛି । ସମସ୍ତେ ସୁସ୍ଥ ମଧ୍ୟ ଅଛନ୍ତି। ଏହି ଟିକା ଅନ୍ୟ ଟିକା ପାଇଁ ବ୍ୟବହୃତ ହୋଇଥିବା ପ୍ଲାଟଫର୍ମରେ ବିକଶିତ ହୋଇଛି । ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୫ତାରିଖରେ ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିକା ଉତ୍ପାଦନ ଆରମ୍ଭ କରିବା ପାଇଁ ଘୋଷଣା କରିଥିଲା ।

   Related Posts