Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଚୀନରୁ ଭାରତକୁ ଆସିପାରେ ୬୦୦ ବିଦେଶୀ କମ୍ପାନୀ : ରାଜ୍ୟମାନଙ୍କ ସହ ଆଲୋଚନା କରୁଛନ୍ତି ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ

2/06/2020 at 12:59 PM

ନୂଆଦିଲ୍ଲୀ ୦୨/୦୬ : କରୋନା ଭାଇରସ ଯୋଗୁଁ ବର୍ତ୍ତମାନ ୬୦୦ ବିଦେଶୀ କମ୍ପାନୀ ଭାରତ ବଜାରରୁ ପ୍ରବେଶ କରିପାରନ୍ତି | ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ବିଦେଶୀ କମ୍ପାନୀଙ୍କ ସହ ଆଲୋଚନା ହେଉଛି | ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ସମସ୍ତ ରାଜ୍ୟ ସହ ମଧ୍ୟ ସମ୍ପର୍କ କରୁଛନ୍ତି | ଯେଉଁ ରାଜ୍ୟ ସବୁଠାରୁ ଭଲ ଦାମରେ ଏବଂ କମ ସମୟରେ ପ୍ଲାଣ୍ଟ କାର୍ଯ୍ୟକାରୀ କରିବାକୁ ଯୋଜନା କରିବ ସେହି ରାଜ୍ୟରେ ବିଦେଶୀ କମ୍ପାନୀ ଖୋଲିବାକୁ ଅନୁମତି ଦିଆଯିବ | ଏଥିପାଇଁ ରାଜ୍ୟକୁ ମଧ୍ୟ ଅଲଗା ଭାବେ ପ୍ରୋତ୍ସାହନ ଦିଆଯିବ |

ବିଦେଶୀ କମ୍ପାନୀଗୁଡିକୁ ଭାରତକୁ ଆଣିବା ପାଇଁ ସରକାର ଯୋଜନା କରୁଛନ୍ତି | ଇଂରାଜୀ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଉଦ୍ୟୋଗ ଓ ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ, ବିଦେଶୀ କମ୍ପାନୀଗୁଡିକୁ ଭାରତକୁ ଆଣିବା ପାଇଁ ରାଜ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ | ବିଦେଶୀ କମ୍ପାନୀକୁ ଆଣିବା ପାଇଁ ରାଜ୍ୟ ସରକାର ଯେଭଳି ପ୍ରତିସ୍ପର୍ଦ୍ଧା ଦେଖାଇବେ ସେଥିପାଇଁ ସରକାର ପ୍ରୟାସ କରୁଛନ୍ତି |

ବର୍ତ୍ତମାନ ବିଦେଶୀ କମ୍ପାନୀର ୟୁନିଟ ଆରମ୍ଭ କରିବା ପାଇଁ ମୁଖ୍ୟତଃ ଜମି ନେବା ଏବଂ ସ୍ଥାନୀୟ ସ୍ଥରରେ ମଞ୍ଜୁରୀ ମିଳିବା ସବୁଠାରୁ ବଡ ସମସ୍ୟା | ରାଜ୍ୟମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରାଯାଉଛି | ଜମି ଉପଲବ୍ଧ କରାଇବା ପାଇଁ ରାଜ୍ୟମାନଙ୍କ ସହ ଆଲୋଚନା ହେଉଛି | କାରଣ ବିଦେଶୀ କମ୍ପାନୀଙ୍କ ମନରେ ଭାରତରେ ଜମି ଅଧିଗ୍ରହଣକୁ ନେଇ ସବୁଠାରୁ ବଡ ଭ୍ରମ ରହିଛି ଯାହାକୁ ଦୂର କରିବା ଜରୁରୀ ବୋଲି କହିଛନ୍ତି ପିୟୁଷ ଗୋୟଲ |

ପିୟୁଷ ଗୋୟଲ କହିଛନ୍ତି, ଯଦି କରୋନା ଭାଇରସ ଚେତାବନୀ ଦେଇଛି ତାହେଲେ ଅନେକ ପ୍ରକାର ନୂଆ ନୂଆ ସମ୍ଭାବନା ମିଳିବାର ସଂକେତ ମଧ୍ୟ ଦେଇଛି | ଏହି ପ୍ରସଙ୍ଗରେ ସରକାର ଉଦ୍ୟୋଗ ଜଗତ ସହ ମିଶି ଆଗକୁ ରଣନୀତି ପ୍ରସ୍ତୁତ କରିବେ | ବିଭିନ୍ନ ଉଦ୍ୟୋଗ ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯିବ | ନରେନ୍ଦ୍ର ମୋଦି ସରକାର ଖନନ, କୃଷି ଓ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଅନେକ ବଡ ବଡ ରିଫର୍ମ କରିଛନ୍ତି | କର୍ପୋରେଟ ଟ୍ୟାକ୍ସରେ ରିହାତି ଦେଇଛନ୍ତି ବୋଲି କହିଛନ୍ତି ପିୟୁଷ ଗୋୟଲ | ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ୧୨ ସେକ୍ଟର ଚିହ୍ନଟ କରିଛନ୍ତି ଯେଉଁଥିରେ ରପ୍ତାନି ବଢାଇବାର ପୁରା କ୍ଷମତା ରହିଛି |

   Related Posts