Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ପାଥୋ ଲ୍ୟାବ ରିପୋର୍ଟରେ ୬୦ ବର୍ଷ ବୟସ୍କ ପୁରୁଷଙ୍କ ପେଟରେ ଭୃଣ : ରିପୋର୍ଟ ଦେଖି ପରିବାର ଲୋକଙ୍କ ଉଡ଼ିଗଲା ହୋସ

22/04/2020 at 5:06 PM

ଖାନେଵାଲ ୨୨/୦୪ : ବୟସ୍କ ମହିଳା ଗର୍ଭବତୀ ହେବା କଥା ଆପଣ ଶୁଣିଥିବେ | କିନ୍ତୁ ବୟସ୍କ ପୁରୁଷ ଗର୍ଭବତୀ ହେବା କେବେ ଶୁଣିନଥିବେ | ଏହା ବିଶ୍ୱାସଯୋଗ୍ୟ ମଧ୍ୟ ନୁହେଁ | ପାକିସ୍ତାନର ପଞ୍ଜାବ ପ୍ରାନ୍ତର ଖାନେଵାଲରୁ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି | ଏଠାରେ ଜଣେ ୬୦ ବର୍ଷ ବୟସ୍କ ଗର୍ଭବତୀ ହୋଇଥିବା ରିପୋର୍ଟ ଆସିଛି |

ଆଲ୍ଲା ବିଟା ନାମକ ଜଣେ ବୟସ୍କ ପୁରୁଷ ଖାନେଵାଲର ଡ଼ିଏଚକ୍ୟୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ | ସେଠାରେ ତାଙ୍କୁ ପରିସ୍ରା ପରୀକ୍ଷା କରିବା ପାଇଁ କୁହାଯାଇଥିଲା | ବ୍ୟକ୍ତି ଜଣକ ଏକ ଘରୋଇ ପାଥୋ ଲ୍ୟାବକୁ ପରୀକ୍ଷା ପାଇଁ ଯାଇଥିଲେ | କିନ୍ତୁ ଯେତେବେଳେ ରିପୋର୍ଟ ସାମ୍ନାକୁ ଆସିଥିଲା ସମସ୍ତଙ୍କ ହୋସ ଉଡି ଯାଇଥିଲା |  

ସରକାରୀ ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରିପୋର୍ଟରେ କିଛି ଗଡବଡ ଥିବା ସନ୍ଦେହ କରିଥିଲେ | ସେ ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ | ମାମଲା ପାକିସ୍ତାନ ହେଲ୍ଥ କେୟାର କମିଶନଙ୍କ ପାଖକୁ ମଧ୍ୟ ପହଞ୍ଚିଗଲା | ଏହାପରେ ଖାନେଵାଲର ଜିଲ୍ଲା କମିଶନର ଲ୍ୟାବକୁ ସିଲ କରିଥିଲେ | ଲ୍ୟାବ ମାଲିକ ଅମିନକୁ ଗିରଫ କରାଯାଇଛି |

ଏହି ଲ୍ୟାବ ଡ଼ିଏଚକ୍ୟୁ ହସ୍ପିଟାଲ ପାଖରେ ରହିଛି | ସ୍ୱାସ୍ଥ୍ୟ ବିଭାଗ ଲ୍ୟାବକୁ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ଲ୍ୟାବ ବିନା ଲାଇସେନ୍ସରେ ଚାଲୁଥିଲା | ସେଠାରେ କୌଣସି ଲାଇସେନ୍ସ ପ୍ରାପ୍ତ ଡାକ୍ତର ମଧ୍ୟ କାମ କରୁନଥିଲେ | ଗତ ଦୁଇ ବର୍ଷ ହେଲା ଲ୍ୟାବ ସେଠାରେ ଚାଲୁଥିଲା | 

ମାମଲା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ନାନା ମତାମତ ଦେଇଥିଲେ | କେହି ମାମଲାକୁ ଫେକ କହିଥିଲେ ତ ଆଉ କିଏ ଏଥିପାଇଁ ସରକାରଙ୍କୁ ଦାୟୀ କରିଥିଲେ | ଏହିଭଳି ଲ୍ୟାବ ବିଶ୍ୱାସଯୋଗ୍ୟ ନୁହେଁବୋଲି ମଧ୍ୟ ଅନେକ ଲୋକ କହିଥିଲେ |

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଢିଲା ଥିବା ଯୋଗୁଁ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ | ଅନେକଥର ଭୁଲ ରିପୋର୍ଟ ଆସୁଥିବା ଯୋଗୁଁ ଲୋକଙ୍କ ଚିକିତ୍ସା ମଧ୍ୟ ସଠିକ ଉପାୟରେ ହୋଇନଥାଏ | ଯାହାଫଳରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥାଏ | ସେଠାରେ ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନଥିବାରୁ ଲୋକେ ବଡ ବଡ ହସ୍ପିଟାଲ ଯାଇପାରନ୍ତି ନାହିଁ ଏବଂ ସହଜରେ ନକଲି ଡାକ୍ତରଙ୍କ ଚକ୍କରରେ ଫସି ଯାଇଥାନ୍ତି | ପଞ୍ଜାବରେ ଅନେକ ନକଲି ଲ୍ୟାବ ଓ ଡାକ୍ତର ଅଛନ୍ତି | ସରକାରୀ ହସ୍ପିଟାଲ ଅବସ୍ଥା ଏତେ ଦୟନୀୟ ଯେ ନ କହିବା ଭଲ |

   Related Posts