ଚାକିରି କରାଇଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ! ଜଣେ ଗିରଫ

Published By : Prameya-News7 Bureau | January 01, 2020 IST

ମୁମ୍ବାଇ ୧।୧ : ଚାକିରି କରାଇଦେବା ବାହାନରେ ଜଣେ ୨୫ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ବାନ୍ଦ୍ରା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି । ପୋଲିସ ଘଟଣାର ତଦନ୍ତ କରି ଜଣେ ୬୦ବର୍ଷ ବୟସ୍କା ବୃଦ୍ଧକୁ ଗିରଫ କରିଛି ।

ପୋଲିସର ସୂଚନା ଅନୁସାରେ ଜଣେ ୨୫ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଯୁବତୀଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଯୁବତୀଙ୍କ ଚିକିତ୍ସା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ପୀଡିତା ଯୁବତୀଙ୍କ ବୟାନ ରେକର୍ଡ କରିଛି ପୋଲିସ। ଯୁବତୀଙ୍କୁ ଚାକିରି କରାଇଦେବା ବାହାନାରେ ଦୁଷ୍କର୍ମ କରାଯାଇଛି । ପୋଲିସ ମାମଲା ରୁଜୁକରି ଅଧିକ ଛାନଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.