୧ଜାନୁୟାରୀରେ ଭାରତରେ ଜନ୍ମ ହେବେ ୬୦ ହଜାର ଶିଶୁ, UNICEF କହିଲେ ବିଶ୍ୱରେ ସର୍ବାଧିକ

Published By : Prameya-News7 Bureau | January 01, 2021 IST

ନ୍ୟୁୟର୍କ:  ୟୁନାଇଟେଡ୍ ନେସନସ୍‌ ଚିଲ୍ଡ୍ରେନ୍ସ ଫଣ୍ଡ (ୟୁନିସେଫ) ୧ ଜାନୁୟାରୀ ୨୦୨୧ରେ ସାରା ବିଶ୍ୱରେ ୩ଲକ୍ଷ ୭୧ହଜାର ୫୦୪ ଶିଶୁଙ୍କ ଜନ୍ମ ହୋଇପାରେ ବୋଲି ଆକଳନ କରିଛନ୍ତି। ତେବେ ଏଥିରୁ କେବଳ ଭାରତରେ ୬୦ ହଜାର ଶିଶୁ ଜନ୍ମ ହେବେ ବୋଲି କହିଛନ୍ତି ୟୁନିସେଫ। ଯାହା ବିଶ୍ୱର ଯେ କୌଣସି ଦେଶରେ ଗୋଟିଏ ଦିନରେ ଜନ୍ମ ହେଉଥିବା ଶିଶୁଙ୍କ ସଂଖ୍ୟାଠାରୁ ଯଥେଷ୍ଠ ଅଧିକ ବୋଲି ରିପୋର୍ଟରେ ଦାବି କରିଛନ୍ତି।

{"id":385493,"sizeSlug":"large","linkDestination":"none"}

ତେବେ ନୂଆବର୍ଷରେ ଭାରତରେ ଜନ୍ମିତ ଶିଶୁଙ୍କ ସଂଖ୍ୟା ୧ ଜାନୁୟାରୀ ୨୦୨୦ ତୁଳନାରେ ପାଖାପାଖି ୭ ହଜାରରୁ ଅଧିକ ହ୍ରାସ ହେବ। ୧ ଜାନୁୟାରୀ ୨୦୨୧ରେ ଜନ୍ମିତ ଶିଶୁଙ୍କ ମଧ୍ୟରୁ ୫୨ ପ୍ରତିଶତ ୧୦ଟି ଦେଶରେ ଜନ୍ମ ହେବେ ବୋଲି ୟୁନିସେଫ ଆକଳନ କରିଛନ୍ତି। ଯେଉଁଥିରେ ଭାରତରେ ୫୯ ହଜାର ୯୯୫ ଶିଶୁଙ୍କ ଜନ୍ମ ନେଇ ୟୁନିସେଫ ଆକଳନ କରିଥିବା ବେଳେ ଚୀନ୍‌ରେ ୩୫ ହଜାର ୬୧୫,  ନାଇଜେରିଆରେ ୨୧ ହଜାର ୪୩୯, ପାକିସ୍ତାନରେ ୧୪ ହାଜର ୧୬୧, ଇଣ୍ଡୋନେସିଆରେ ୧୨ହଜାର ୩୩୬, ଇଥିଓପିଆରେ ୧୨ ହଜାର ୬, ଯୁକ୍ତରାଷ୍ଟ୍ରରେ ୧୦ହଜାର ୩୧୨, ଇଜିପ୍ଟରେ ୯ହଜାର ୪୫୫, ବାଂଲାଦେଶରେ ୯ହଜାର ୨୩୬ ଓ ଡିଆର କଙ୍ଗୋରେ ୮ ହଜାର ୬୪୦ ଶିଶୁ ଜନ୍ମଲାଭ କରିବେ ବୋଲି କହିଛନ୍ତି।

{"id":385494,"width":576,"height":381,"sizeSlug":"large","linkDestination":"none"}

ସେହିପରି ୨୦୨୧ ବର୍ଷରେ ସମଗ୍ର ବିଶ୍ୱରେ ୧୪୦ ନିୟୁତ ଶିଶୁଙ୍କ ଜନ୍ମ ହେବ ବୋଲି ଆକଳନ କରିଛନ୍ତି। ଯେଉଁମାନଙ୍କ ହାରାହାରି ଆୟୁ ସୀମା ୮୪ ବର୍ଷ ହେବ ବୋଲି ୟୁନିସେଫ କହିଛନ୍ତି। ତେବେ ସୁକ୍ରବାର ଭାରତରେ ଜନ୍ମିତ ଶିଶୁଙ୍କ ହାରାହାରୀ ଆୟୁ ୮୦.୯ ବର୍ଷ ହେବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

{"id":385496,"sizeSlug":"large","linkDestination":"none"}

ସଙ୍ଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ହେନରିଟା ଫୋରେ କହିଛନ୍ତି ଯେ ଗତବର୍ଷମାନଙ୍କରେ ଜନ୍ମଲାଭ କରିଥିବା ଶିଶୁଙ୍କ ତୁଳନାରେ ୧ ଜାନୁୟାରୀ ୨୦୨୧ ଓ ପରବର୍ତ୍ତି ସମୟରେ ଜନ୍ମ ନେବାକୁ ଯାଉଥିବା ଶିଶୁଙ୍କ ତୁଳନାରେ ଅନେକ ଗୁଣାରେ ଭିନ୍ନ ହେବ। ଏମାନେ ଏକ ଭିନ୍ନ ଏକ ଦୁନିଆର ଲୋକ ହେବେ ବୋଲି କହିଛନ୍ତି ଫୋରେ। ନୂଆବର୍ଷ ଏମାନଙ୍କ ଲାଗି ନୂଆ ଅବସରନେଇ ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି ୟୁନିସେଫ ମୁଖ୍ୟ। ୧ ଜାନୁୟାରୀ ୨୦୨୧ରେ ୟୁନିସେଫ ସ୍ଥାପନାର ୭୫ତମ ବାର୍ଷିକ ପାଳନ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.