ନୂଆ ବର୍ଷରେ ନୂଆ ରେକର୍ଡ କଲା ଭାରତ, ହାପି ନ୍ୟୁ ଇୟର ଦିନ ଜନ୍ମ ହୋଇଛନ୍ତି ୬୦,୦୦୦ ଶିଶୁ

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫/୦୧: ସବୁ ବର୍ଷଠାରୁ ଏବର୍ଷର ନୂଆବର୍ଷ ପାଳନ ବେଶ୍ ଦୁଖଃ ଦାୟକ। କରୋନା କଟକଣା ଭିତରେ ବେଶି ଲୋକ ଏହି ଦିନକୁ ପାଳନ କରିପାରି  ନାହାନ୍ତି । ଜିରୋ ନାଇଟ ସେଲିବ୍ରେସନକୁ ନୂଆ ବର୍ଷର ପ୍ରଥମ ଦିନ ବି ଉତ୍ସବ ଫିକା । କିନ୍ତୁ ଏହା ଭିତରେ ବି ଅଛି ଏକ ଖୁସି ଖବର ।

୨୦୨୧ର ପ୍ରଥମ ଦିନରେ  ସାରା ବିଶ୍ବରେ  ୩ ଲକ୍ଷ ୭୧ ହଜାର ୫ ଶହ ପରିବାର ନିଶ୍ଚୟ ବହୁତ ଖୁସି ହୋଇଥିବେ। ଏହାର କାରଣ ସେମାନଙ୍କ ପରିବାରକୁ ନୂଆବର୍ଷରେ ଭଗବାନ ସବୁଠାରୁ ମୂଲ୍ୟବାନ ଉପହାର ଦେଇଛନ୍ତି। ସେମାନଙ୍କ ପରିବାରରେ ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି। ଜାଣନ୍ତି, ଏହାର ବଡ ଭାଗ ଭାରତରେ । ଅର୍ଥାତ ହିସାବ କହୁଛି ନୂଆ ବର୍ଷର ପ୍ରଥମ ଦିନରେ ଭାରତେ ୬୦,୦୦୦ ନବଜାତକଙ୍କ କୂଆଁ କୂଆଁ ଶୁଭିଛି ।

 ଏହା ସହ  ଭାରତ ଗୋଟିଏ ଦିନରେ ଜନ୍ମ ନେଇଥିବା ଶିଶୁ ସଂଖ୍ୟାରେ ରେକର୍ଡ କରିଛି। ଜାତିସଂଘର ରିପୋର୍ଟ ମୁତାବିକ୍ ଭାରତରେ ଜାନୁଆରୀ ୧ ତାରିଖ ଦିନ ୬୦ ହଜାର ଶିଶୁ ଜନ୍ମ ହୋଇଛନ୍ତି।

ବିଶ୍ୱ ସ୍ତରରେ କେବଳ ୧୦ଟି ଦେଶରେ ମୋଟ ଜନ୍ମ ହୋଇଥିବା ଶିଶୁଙ୍କର ଅର୍ଦ୍ଧାଧିକ ଶିଶୁ ଜନ୍ମ ହୋଇଛନ୍ତି । ସେଥିମଧ୍ୟରୁ ଭାରତ-୫୯୯୯୫ , ଚୀନ୍-୩୫୬୧୫, ନାଇଜେରିଆ-୨୧୪୩୯, ପାକିସ୍ତାନ- ୧୪୧୬୧, ଇଣ୍ଡୋନେସିଆ-୧୨୩୩୬, ଇଥୋପିଆ- ୧୨୦୦୬, ଆମେରିକା- ୧୦୩୧୨, ଇଜିପ୍ଟ- ୯୪୫୫, ବାଲାଂଦେଶ- ୯୨୩୬ ଏବଂ କଙ୍ଗୋରେ ୮୬୪୦ ଜଣ ଶିଶୁ ଜନ୍ମ ହୋଇଛନ୍ତି।

ତେବେ ୨୦୨୧ ମସିହାରେ ପାଖାପାଖି ମୋଟ ୧୪୦  ନିୟୁତ  ଶିଶୁ ଜନ୍ମ ହେବେ ଏବଂ ସେମାନଙ୍କର ହାରାହାରି ଆୟୁସୀମା ୮୪ ବର୍ଷ ହେବ ବୋଲି ଜାତିସଂଘ ରିପୋର୍ଟ  ପ୍ରକାଶ କରିଛି।

ଚଳିତ ବର୍ଷ ୟୁନିସେଫ୍ ଏହାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ୟୁନିସେଫ୍ ଏବଂ ଏହାର ଅଶୀଂଦାରମାନେ ୨୦୨୧ର ତିନିଟି ଯାକ କ୍ୱାର୍ଟରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଏହାକୁ ଧୁମଧାମ୍‌ରେ ପାଳନ କରିବାକୁ ଚାହୁଁଛନ୍ତି।

ୟୁନିସେଫ ମୁଖ୍ୟ ନିର୍ଦ୍ଦେଶକ ହେନରିଏଟା ଫୋରେ ୨୦୨୧ ବର୍ଷ ନବଜାତକମାନଙ୍କ ପାଇଁ  ଆନନ୍ଦମୟ. ଏବଂ ନିରାପଦ ହେବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ବୋଲି କାମନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.