Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମହୁମାଛିଙ୍କ ଆକ୍ରମଣରେ ଉଜୁଡିଲା ପିକନିକ୍ ଖୁସି, ୬୦ ଛାତ୍ରଛାତ୍ରୀ ଆହତ

23/11/2019 at 5:25 PM

ଅଗରତାଲା : ପଶ୍ଚିମ ତ୍ରିପୁରାରେ ପିକନିକ୍ କରିବାକୁ ଯାଇଥିବା ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ଫଳରେ ୬୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କର କିଛି ଅଭିଭାବକ ମଧ୍ୟ ଆହତ ହୋଇଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସମସ୍ତ ଆହତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶ୍ରୀକୃଷ୍ଣ ପାଠଶାଳାର ବୋଲି ଜଣାପଡିଛି। ଶନିବାର ପଶ୍ଚିମ ତ୍ରିପୁରାର ଖୋୱାଇ ଉଦ୍ୟନରେ ସେମାନେ ବଣଭୋଜି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେମାନେ ପିକନିକ୍ ଲାଗି ବାଛିଥିବା ସ୍ଥାନରେ ମହୁମାଛି ଥିଲେ ବୋଲି ଜାଣି ନଥିବା ଜନୈକ ଶିକ୍ଷକ କହିଛନ୍ତି। ତେବେ ପିଲାମାନେ ଖେଳକୁଦରେ ମାତି ଥିବା ବେଳେ ଅଚାନକ ମହୁମାଛିଙ୍କ ଫଣା ସହ ଏକ ଚଢେଇ ଲାଗିବାରୁ ମହୁମାଛିମାନେ ପିଲାଙ୍କୁ ଗୋଡେଇ ଗୋଡେଇ କାମୁଡିଥିଲେ।

ମହୁମାଛିଙ୍କ ଆକ୍ରମଣରେ ଛାତ୍ରଛାତ୍ରୀ ଆହତ ହେବା ସହ ତଳେ ଗଡିବାକୁ ଲାଗିଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରି ଟିମ୍ ତୁରନ୍ତ ଶିଶୁଙ୍କ ଚିକିତ୍ସା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ମହୁମାଛି ଆକ୍ରମଣ ଯୋଗୁ ଛାତ୍ରଛାତ୍ରୀଙ୍କ ପିକନିକ୍ ଖୁସି ଉଜୁଡି ଯାଇଛି।  

   Related Posts