ଅମ୍ଫନ ବେଳେ ସନ୍ତାନ ପ୍ରସବ କଲେ ୬୦ ଜଣ ମହିଳା

Published By : Prameya-News7 Bureau | May 20, 2020 IST

ଭଦ୍ରକ ୨୦/୦୫ : ବାତ୍ୟା ଅମ୍ଫନ ବେଳେ ସନ୍ତାନ ପ୍ରସବ କରିଛନ୍ତି ୬୦ ଜଣ ମହିଳା । ଅମ୍ଫନ ଲାଗି ଗର୍ଭବତୀ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପ୍ରଶାସନ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସେମାନଙ୍କୁ ସ୍ଥାନାନ୍ତର କରିଥିଲେ | ୧୯ ତାରିଖରେ ସ୍ଥାନାନ୍ତର ହୋଇଥିବା ୧୭୭ ମହିଳାଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଅସ୍ତ୍ରୋପଚାର କରାଯାଇଥିଲା |

{"id":273028,"sizeSlug":"large"}

୨୦ ତାରିଖରେ ସ୍ଥାନାନ୍ତର ହୋଇଥିବା ୪୧ ଜଣ ଗର୍ଭବତୀଙ୍କ ମଧ୍ୟରୁ ୧୭ ଜଣ ସନ୍ତାନ ଜନ୍ମ କରିଥିବା ବେଳେ ଦୁଇ ଜଣଙ୍କର ଅସ୍ତ୍ରୋପଚାର ପରେ ସନ୍ତାନ ଜନ୍ମ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୧୮ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୬୦ଜଣ ପ୍ରସବ କରିଛନ୍ତି ଓ ୬ ଜଣ ଅସ୍ତ୍ରୋପଚାର ପରେ ସନ୍ତାନ ପ୍ରସବ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.