ଡିବି ଲଗାଇ ପାଠ ପଢୁଥିବା ବେଳେ ୫ ବର୍ଷର ଝିଅ ଲିଜା ଦେହରେ ଲାଗିଯାଇଥିଲା ନିଆଁ, ୬୦ ପ୍ରତିଶତ ପୋଡ଼ିଯାଇଛି : ପଇସା ନଥିବାରୁ ଯାଇପାରୁନି ହସ୍ପିଟାଲ, ଘରେ ପଡି ହେଉଛି ଛଟପଟ

Published By : Prameya-News7 Bureau | January 09, 2019 IST

ଜଗତ୍‌ସିଂହପୁର ୯|୧: ଜଗତ୍‌ସିଂହପୁରରେ ଏକ ୫ ବର୍ଷର ଝିଅ ନିଆଁରେ ପୋଡ଼ିହୋଇଯିବା ପରେ ଏହାକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି । ଡିବି ଲଗାଇ ପାଠ ପଢୁଥିବା ବେଳେ ଦେହରେ ନିଆଁ ଲାଗିଯାଇଥିଲା। ତେବେ ଶିଶୁଟିର ଅଧିକ ଚିକିତ୍ସା କରିବା ପରିବର୍ତ୍ତେ ତାକୁ ଘରେ ଶୁଆଇ ଦେଇଛନ୍ତି ପରିବାର ଲୋକେ।

{"id":72071,"width":580,"height":313}

ଯନ୍ତ୍ରଣାରେ ଛଟପଟ ହେଉଛି ଲିଜା। ଦେହଯାକ ପୋଡ଼ିଯାଇଛି। ୫ ବର୍ଷର ଝିଅ। କିନ୍ତୁ ଗୋଟିଏ ଛୋଟ ଘଟଣା ଜୀବନକୁ ଯନ୍ତ୍ରଣାମୟ କରିଦେଇଛି। ଗତ ୪ତାରିଖ ଘଟଣା। ଘରେ ମା ଯାଇଥିଲେ ବାହାରକୁ ବାସନ ମାଜି। ଆଉ ଲିଜା ଘରେ ଡିବି ଲଗେଇ ପାଠ ପଢୁଥିଲା। କିନ୍ତୁ ହଠାତ ନିଆଁ ଲାଗିଯାଇଥିଲା ଡ୍ରେସ୍‌ରେ। ଜଗତ୍‌ସିଂହପୁର ଗୋପାଳପୁର ଗାଁର ନାରାୟଣ ଲେଙ୍କାର ଝିଅ ଲିଜା ଏବେ ସାରା ଜିଲ୍ଲାପାଇଁ ଏକ ମାନବିକତାର ପ୍ରଶ୍ନ ହୋଇଛି।

{"id":72072,"width":578,"height":309}

ଲିଜାର ଚିକିତ୍ସା ପାଇଁ ତାକୁ ଶିଶୁଭବନକୁ ନେଇପାରୁନାହାନ୍ତି ପରିବାର ଲୋକେ। ଦାରିଦ୍ର୍ୟସୀମାରେଖା ତଳେ ଥିବା ନାରାୟଣ, ଅଧାଗଢ଼ା ଇନ୍ଦିରା ଆବାସ ଘରେ ଆଶ୍ରୟ ନେଇଛନ୍ତି। ଝିଅର ଚିକିତ୍ସା କେମିତି ହେବ ବଡ଼ ପ୍ରଶ୍ନ। ଦେହର ୬୦ ପ୍ରତିଶତ ପୋଡ଼ିଯାଇଛି,କିନ୍ତୁ ଡାକ୍ତରଖାନା ବଦଳରେ ଲିଜାକୁ ଘରେ ରଖିଛନ୍ତି ପରିବାର ଲୋକେ। ଏବେ କେହି ସାହାଯ୍ୟ କଲେ ତାର ଚିକିତ୍ସା ହେଇପାରିବ।

{"id":72073,"width":576,"height":308}

 ମୋଦିଙ୍କ ବିଜ୍ଞାପନ ସବୁଘରକୁ ବିଜୁଳି ଦେବାର ସ୍ବପ୍ନ ଦେଖାଉଛନ୍ତି ସରକାର। ରାଜୀବ ଜ୍ୟୋତି, ବିଜୁ କୁଟିର ଜ୍ୟୋତି କେତେକଣ ଯୋଜନା ରହିଛି, କିନ୍ତୁ ନାରାୟଣଙ୍କ ଘରକୁ ବିଜୁଳି ନାହିଁ। ବିଜୁଳି ଥିଲେ ଡିବିରି ଲିଜାର ଜୀବନକୁ ଦୁର୍ବିସହ କରିନଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.