ପୁରୀ ବେଳାଭୂମୀରେ ଇକୋ ରିଟ୍ରିଟ୍ର ସଫଳତା, ୬୦ପ୍ରତିଶତରୁ ଅଧିକ ହେଲାଣି ବୁକିଂ
21/12/2019 at 2:47 PM

ଭୁବନେଶ୍ବର ୨୧।୧୨: ପୁରୀ ବେଳାଭୂମୀରେ ଇକୋ ରିଟ୍ରିଟ୍ ଗ୍ରାଣ୍ଡ ସକ୍ସେସ୍ । ୬୦ ପ୍ରତିଶତରୁ ଅଧିକ ବୁକିଂ ହୋଇଗଲାଣି । ଆରମ୍ଭ ଦିନ ୧୫୦ ଥିଲା ଏବେ ୧୫ଶହ ବୁକିଂ ଅଛି । ପର୍ଯ୍ୟଟକଙ୍କ ପାଇଁ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ଆମର ଟୁରିଜିମ୍ ପୋଲିସିଂ ମଧ୍ୟ ସୁଚାରୁ ରୂପେ ଦାୟିତ୍ବ ନେଇଛନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଆମର ଦାୟିତ୍ବ ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ସେହିଭଳି ପିକନିକ ଋତୁରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଟୁରିଜିମ୍ ପୋଲିସିଂ ଜରିଆରେ ପୋଲିସକୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ପର୍ଯ୍ୟଟନ ସ୍ଥଳୀର ସ୍ଥାନୀୟ ଏସପି ଓ ପୋଲିସ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସଚେତନ ଅଛନ୍ତି।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021