ଭୁବନେଶ୍ୱରରୁ ଆଉ ୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୨୦

Published By : Prameya-News7 Bureau | July 16, 2020 IST

ଭୁବନେଶ୍ୱର, ୧୬|୦୭:  ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଆଉ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୪୦ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୨୦ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

ସ୍ଥାନୀୟ ସଂକ୍ରମିତମାନେ ହେଲେ ଭୀମଟାଙ୍ଗିର ୫୦ ବର୍ଷୀୟ ବୃଦ୍ଧ, ଆଚାର୍ଯ୍ୟ ବିହାରର ୨୧ ଓ ୩୮ ବର୍ଷୀୟ ଦୁଇ ଯୁବକ, ଜୟଦେବ ବିହାରର ୨୬ ଓ ୨୧ ବର୍ଷର ଦୁଇ ଯୁବକ, ଜାଗମରାର ୩୮ ବର୍ଷୀୟ ଯୁବକ, ବମିଖାଲର ୪୨ ବର୍ଷୀୟ ଯୁବକ । ସେହିପରି ପଟିଆରେ ମଧ୍ୟ ଜଣେ ୩୫ ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀ ବେହେରା ସାହିରୁ ୫୬ ବର୍ଷୀୟ ବୃଦ୍ଧ, ସାଲିଆ ସାହିରୁ ୩୫ ବର୍ଷୀୟା ମହିଳା ଓ ଏକ କେନ୍ଦ୍ରୀୟ ହସ୍ପିଟାଲର ଜଣେ ୨୯ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

wp:html /wp:html

ଏତତ୍ ବ୍ୟତୀତ ଏକ ସରକାରୀ ହସ୍ପିଟାଲର ୨୪, ୨୪ ଓ ୨୯ ବର୍ଷୀୟ ଯୁବକ, ନୟାପଲ୍ଲୀ ଆଇଆରସି ଭିଲେଜର ୨୧ ବର୍ଷୀୟା ଯୁବତୀ, ସାଲିଆ ସାହିର ୩୪ ଓ ୪୩ ବର୍ଷୀୟ ଦୁଇ ବ୍ୟକ୍ତି, ଶ୍ୟାମପୁରର ୩୪ ବର୍ଷୀୟ ବ୍ୟକ୍ତି, ଏକାମ୍ର ବିହାରର ୪୫ ବର୍ଷୀୟ ବ୍ୟକ୍ତି ଓ ଘାଟିକିଆର ଜଣେ ୪୬ ବର୍ଷୀୟା ମହିଳା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗୁରୁବାର ରାଜଧାନୀରେ ୧୮ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ୪୦୩ ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ୫୦୪ଟି ସକ୍ରିୟ କେସ୍ ରହିଛି । ଏହାସହ ୧୧ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.