ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, ଭଦ୍ରକରୁ ଆଉ ୬୦ କରୋନା ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | July 24, 2020 IST

ଭଦ୍ରକ, ୨୪|୦୭: ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ଏବେ ମୁଣ୍ଡ ବ୍ୟଥାର କାରଣ ପଲଟିଛି। ଜିଲ୍ଲାରେ ଶୁକ୍ରବାର ୬୦ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ  ୧୪୦ ଜଣ ଚିକିତ୍ସିତ ହେଉଛନ୍ତି।

ଶୁକ୍ରବାର ଚିହ୍ନଟ ୬୦ ଜଣଙ୍କ ମଧ୍ୟରୁ ୧୯ ଜଣ କ୍ୱାରାନଟାଇନ ରେ ଥିବା ଓ ୪୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଜିଲ୍ଲାରେ ଚିହ୍ନଟ ହୋଇଥିବା ଆଜିର ସ୍ଥାନୀୟ ସଂକ୍ରମଣ ରେକର୍ଡ ସୃଷ୍ଟି କରିଛି। ଏହା ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅଦ୍ୟାବଧି ଜିଲ୍ଲାରୁ ମୋଟ ୧୫୩୩୪ ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। 

 ସରକାରୀ କ୍ଵରେଣ୍ଟାଇନରୁ ଚିହ୍ନଟ

୧୯ଜଣଙ୍କ ମଧ୍ୟରୁ  ଭଦ୍ରକ ବ୍ଲକ ର ଅଣ୍ଡାଇପଲ୍ଲୀ ଟିଏମସିରୁ ୩ ଜଣ , ବରପଦା କେକେଆର କଲେଜରୁ ୩ ଜଣ , ଓଲଙ୍ଗ ସିସିସିରୁ ୨ , ଛଡ଼ାକମହଲରୁ ୧ , ଧାମନଗର ନାରାୟଣୀ ହାଇସ୍କୁଲରୁ ୧ , କଲ୍ୟାଣି ହାଇସ୍କୁଲରୁ ୧ , ବୟାଙ୍ଗଡ଼ିହି ହାଇସ୍କୁଲରୁ ୧ , ବାସୁଦେବପୁର ଜୁଳିଆ ହାଇସ୍କୁଲରୁ ୪ , ଭଣ୍ଡାରିପୋଖରୀ ମଢ଼ିଆଳି ହାଇସ୍କୁଲ ୧ ,  ଭଗିବିନ୍ଧା ହାଇସ୍କୁଲରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ଲୋକାଲ କେସ

୪୧ ଲୋକାଲ କଣ୍ଟାକ୍ଟ ଙ୍କ ମଧ୍ୟରେ ବନ୍ତ ବ୍ଲକ ସହରଗଡ଼ିଆରୁ ୧ , ଅଶ୍ୱିନୀ ହସ୍ପିଟାଲରୁ ୩ , ଭଦ୍ରକ ପୌରପାଳିକା, କୁଆଁସରୁ ୧ , ଚାରିଘରିଆରୁ ୧ , ନଙ୍ଗାମହଲା ରୁ ୬ , କଦମବେଡା ପୋଲିସ କଲୋନୀରୁ  ୨ ,  ଅପର୍ତ୍ତିବିନ୍ଧାରୁ ୨ , ଗବସାହିରୁ ୧ , ଭଦ୍ରକ ବ୍ଲକ ଲାଙ୍ଗୁଡ଼ିରୁ ୧ , ଚରମ୍ପା କେନାଲ ରୋଡ଼ରୁ ୧ , ବାଣୀତିଆରୁ ୨ , ପଣ୍ଡାଗଢିଆରୁ ୨ ,  ଭଣ୍ଡାରିପୋଖରୀ ବ୍ଲକ ପାହିମହୁରାରୁ ୧ , ଆଦମପୁରରୁ ୧ , ମଢ଼ିଆଳୀରୁ ୪ , ବିଷ୍ଣୁପୁରରୁ ୩ , ବନ୍ତ ବ୍ଲକ ବରଡେଶ୍ୱରରୁ ୧ , ଧାମନଗର ପୋଲିସ କଲୋନୀରୁ ୪ , ଧାମନଗର ଏନଏସି ରୁ ୨ , ଜଗତିରୁ ୧ ଓ ଚାନ୍ଦବାଲି ସରଗଡ଼ିଆରୁ ଜଣେ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.