୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

Published By : Prameya-News7 Bureau | June 09, 2021 IST

ମୁନିଗୁଡା, ୦୯/୦୬: ମୁନିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା  l  ଜବତ ହେଲା ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ । ଏହାସହ ୪ ମାଫିଆଙ୍କୁ ଗିରଫ କରିଛି ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ଅପରାହ୍ନରେ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଚନ୍ଦ୍ରପୁର ବ୍ଲକର କୁଟୁଡୁକୁପା ଗ୍ରାମ ନିକଟ ଜଙ୍ଗଲରେ ଚଢଉ କରିଥିଲା । ଗଞ୍ଜେଇ  ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ଟିମ୍ ଚଢାଉ କରି ୪ ଜଣକୁ ଗିରଫ କରିଥିବା ସହ  ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି l

ଗିରଫ ଗଞ୍ଜେଇ ମାଫିଆ ହେଲେ ଭୀମ ଜାଗାରାଙ୍ଗା,ପ୍ରସାଦ ଜାଗାରାଙ୍ଗା,ତ୍ରିନାଥ ଜାଗାରାଙ୍ଗା ଓ କବିରାଜ ଜାଗାରାଙ୍ଗା l ଜବତ ହୋଇଥିବା ଗଞ୍ଜେଇର ଓଜନ ୬ କୁଇଣ୍ଟାଲ ୫୩ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି l ବୁଧବାର ଗିରଫ ହୋଇଥିବା ଗଞ୍ଜେଇ ମାଫିଆମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ  ପରେ କୋର୍ଟ ଚାଲାଣ କରାଯିବ  । ଏଥିସହ ଏଥିରେ ସଂପୃକ୍ତ ଥିବା ଅନ୍ୟ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ବହୁ ଶୀଘ୍ର ଗିରଫ କରାଯିବ ବୋଲି ଏସଡ଼ିପିଓ  ସୂଚନା ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.