କୋଟି କୋଟି ଟଙ୍କାର ସୁନା ନେଇ ଫେରାର ହୋଇଯାଇଥିବା ପୋଲିସ ଏସଆଇର ଆତ୍ମସମର୍ପଣ
14/02/2019 at 5:22 PM

ଗୁଆହାଟୀ ୧୪/୨: ଚାରି କୋଟି ଟଙ୍କାର ସୁନା ନେଇ ଫେରାର ହୋଇଯାଇଥିବା ଆସାମ ପୋଲସର ଜଣେ ଏସଆଇ ଶେଷରେ ଆତ୍ମସମର୍ପଣ କରିଛି । ପୋଲିସ୍ ବିଭାଗ ପାଇଁ ସବୁଠୁ ବଡ଼ କଳଙ୍କ ବୋଲି ଆଲୋଚନା ହେଉଥିଲା । ଏହି କଳଙ୍କକୁ ହଟାଇବା ପାଇଁ ପୋଲିସ୍ ବିଭାଗ ଆପ୍ରାଣ ଉଦ୍ୟମ କରିଥିଲା। ତେବେ ଫେରାର ଥିବା ଏସଆଇ ଆତ୍ମସମର୍ପଣ କରିଛି। ନିଜ ନାଁ ପଛରେ ପଳାତକ ଏବଂ ଚୋର ବୋଲି ଯୋଡ଼ାଯାଇଥିବା ଦେଖି ଏସଆଇ ନିପୁ କଲିତା ଆସାମ ରାଜ୍ୟ ପୋଲିସ୍ ପାଖରେ ଆତ୍ମସମର୍ପଣ କରିଛନ୍ତି।
ଅଭିଯୁକ୍ତ ଏସଆଇ ବଶିଷ୍ଠ ଥାନାରେ ଆତ୍ମସମର୍ପଣ କରିଛି। ଏହାପରେ ପଚରାଉଚୁରା ପାଇଁ ତାକୁ ଦିସପୁର ଥାନାକୁ ନିଆଯାଇଥିଲା। ପଚରାଉଚୁରା ବେଳେ ସେ ତଦନ୍ତକାରୀ ଅଧିକାରୀଙ୍କୁ ଭୁଆଁବୁଲାଇବାକୁ ଉଦ୍ୟମ କରିଥିଲା।
ଏଯାଏଁ ସେ ଚୋରି କରିଥିବା ୬୦ଟି ସୁନା ବିସ୍କୁଟ ଜବତ କରାଯାଇପାରିନାହିଁ। ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ପଚରାଉଚୁରା ଜାରି ରଖିଛି। ସୂଚନା ଅନୁସାରେ ଅଭିଯୁକ୍ତ ଏସଆଇ ଚୋରା ସୁନା ବ୍ୟବସାୟୀଙ୍କଠୁ ଚାରି କୋଟି ଟଙ୍କାର ସୁନା ଜବତ କରିଥିଲେ। ଘଟଣା ପରେ ଅଭିଯୁକ୍ତ ଏସଆଇ ଜବତ ସୁନାକୁ ନେଇ ଫେରାର ହୋଇଯାଇଥିଲେ।