Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଗାଣ ବର୍ଷାରେ ଜଳବନ୍ଦୀ ୬୦ପରିବାର, ଭାଙ୍ଗିଲା ଘରଦ୍ବାର

8/09/2019 at 11:14 AM

ଅନୁଗୋଳ ୮।୯:  ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ବ୍ଲକ୍ ଟୋଲକବଡା ଗାଁରେ ଥିବା କଳାହାଣ୍ଡି ପଡା ବସ୍ତି ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଛି । ଲଗାଣ ବର୍ଷା ଯୋଗୁଁ କଣିହାଁ ଓ ପଥରମୁଣ୍ଡା ଗାଁର ଡ୍ରେନ୍ ପାଣି ଆସି ବସ୍ତିରେ ଜମି ରହିଛି ।

ଏହାର ପ୍ରଭାବରେ ୩ ଘର ଭାଙ୍ଗିଯାଇଛି। ଘର ଭିତରେ ଆଣ୍ଠୁଏ ପାଣି ଜମି ରହିଛି । ପାଖାପାଖି ୬୦ ପରିବାରର ଜଳବନ୍ଦୀ ହୋଇରହିଛନ୍ତି ।

ବସ୍ତିରେ କଣିହାଁ ବିଡ଼ିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଯଥାଶୀଘ୍ର ଜଳ ନିଷ୍କାସନ ସମସ୍ୟା ସମାଧାନ କରାଯିବ ବୋଲି କହିବା ସହ ଆବଶ୍ୟକ ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

   Related Posts