ଗୁରୁକୁଳ ଆଶ୍ରମରେ ଚଢାଉ, ୬୨ ଶିଶୁ ଉଦ୍ଧାର

Published By : Prameya-News7 Bureau | July 11, 2019 IST

କାମାକ୍ଷାନଗର ୧୧|୭: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ଇରିଙ୍ଗାଝରଣ ଠାରେ ଲକ୍ଷ୍ମୀ ନାରାୟଣ ଗୁରୁକୁଳ ଆଶ୍ରମରେ ଜିଲ୍ଲା ପ୍ରଶାସନ ଓ ପୋଲିସର ମିଳିତ ଚଢ଼ାଉ କରାଯାଇଛି । ଆଶ୍ରମରୁ ୬୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁଙ୍କୁ ଢେଙ୍କାନାଳ ଜିଲ୍ଲା ଶିଶୁ ସୁରକ୍ଷା ସଙ୍ଗଠନକୁ ହସ୍ତାନ୍ତର କରାଯାଇଇ । ଚଢାଉ ପରେ ଆଶ୍ରମର ମୁଖ୍ୟ ପରିଚାଳକ ଛବିନ୍ଦ୍ର ସାହୁ ଫେରାର ହୋଇଯାଇଛନ୍ତି । ଗତ ୧୮ବର୍ଷ ହେବ ବେଆଇନ ଭାବେ ଚାଲୁଥିବା ଏହି ଆଶ୍ରମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.