ଓଡିଶାରୁ ପିଲା ଚୋରି କରି ପଶ୍ଚିମବଙ୍ଗରେ କରିଥିଲେ ବିକ୍ରି: ଦେଢ଼ ଲକ୍ଷ ଟଙ୍କାର ହୋଇଥିଲା ମୂଲଚାଲ
17/12/2020 at 8:53 PM

ରାଉରକେଲା୧୭/୧୨: ରାଉକେଲାରୁ ଚୋରି ହୋଇଥିବା ଶିଶୁପୁତ୍ର ପଶ୍ଚିମବଙ୍ଗରୁ ଉଦ୍ଧାର। ପିଲା ଚୋରୀ ଅଭିଯୋଗରେ ୩ ମହିଳାଙ୍କ ସମେତ ୪ ଜଣ ଗିରଫ। ପ୍ଲାଣ୍ଟ୍ ସାଇଡ୍ ଥାନା ଶିଶୁପୁତ୍ରକୁ ଉଦ୍ଧାର କରିବା ସହ୪ ଜଣଙ୍କୁ ଗିରଫ କରିଛି। ନିଖୋଜ ଶିଶୁପୁତ୍ର ଗୋପବନ୍ଧୁପଲିର। ରାଉରକେଲାରୁ ଚୋରି ପଶ୍ଚିମବଙ୍ଗ ମେଦିନାପୁରରେ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା କୁହାଯାଉଛି।
ଗତ ୪ ତାରିଖରେ ଶିଶୁପୁତ୍ର ଚୋରି ନେଇ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ଶିଶୁ ପୁତ୍ରଟିର ବୟସ ବୟସ ୬ ବର୍ଷ। ଚୋରିରେ ସଂପୃକ୍ତ ସ୍ଥାନୀୟ ବସ୍ତିର ୩ ମହିଳା ଜଣେ ପୁରଷକୁ ପୋଲିସ୍ ଗିରଫ କରିଛି।
ଏ ନେଇ ପୋଲିସ୍ ତଦନ୍ତ ଚଳାଇଛି। ଦିନକୁ ଦିନ ରାଜ୍ୟରେ ଶିଶୁ ଚୋରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ମାସ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ଶିଶୁ ଚୋରୀ ଘଟଣା ସାମ୍ନାକୁ ଆସିଛି। ନୟାଗଡ଼ର ପରୀ ହତ୍ୟା ଘଟଣା ପରେ ଢ଼େଙ୍କାନାର ଜଣେ ଶିଶୁପୁତ୍ର କାଳିଆ କୂଅରେ ପଡି ସନ୍ଦେହଜନକ ମୃତ୍ୟୁ ଘଟଣା ସମେତ ଯାଜପୁର ଶିଶୁ ନିଖୋଜ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।