ଘରେ ନିଆଁ ଲାଗିଯିଵାରୁ ଜୀଅନ୍ତା ଜଳିଗଲା ୬ ବର୍ଷର ଭଉଣୀ, ୭ ମାସର ଭାଇ ଗୁରୁତର
20/08/2018 at 10:49 AM

କୋରାପୁଟ ବୋରିଗୁମ୍ମା ତାରାଗାଁରେ ଅଘଟଣ । ଘରେ ନିଆଁ ଲାଗିଯିଵାରୁ ଜୀଅନ୍ତା ଜଳିଗଲା ୬ ବର୍ଷର ଭଉଣୀ । ୭ ମାସର ଭାଇର ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି । ଚିକିତ୍ସା ପାଇଁ ତାକୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତାରାଗାଁର ଵଳରାମ ହରିଜନଙ୍କ ପରିବାର ଗତ କାଲି ରାତିରେ ଖାଇ ସାରିବା ପରେ ଶୋଇପଡିଥିଲେ । ହେଲେ ସକାଳୁ ସକାଳୁ ଘଟିଥିଲା ଏହି ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗି ଯାଇଥିଲା ।ଏହି ସମୟରେ ଘରେ ପେଟ୍ରୋଲ ଥିବାରୁ ସଂଗେ ସଂଗେ ନିଆଁ ପୁରା ଘରକୁ ବ୍ୟାପିଯାଇଥିଲା ।