Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଦନାମ୍ କରିବାକୁ ଧମକ ଦେଇ ବର୍ଷେ ଧରି ମହିଳାଙ୍କୁ ୬ଯୁବକ କରୁଥିଲେ ଗଣଦୁଷ୍କର୍ମ, ଘଟଣା ଜଣାପଡିବା ପରେ…

28/08/2019 at 10:26 AM

ଜିନ୍ଦ ୨୮୮: ହରିୟାଣା ଜିନ୍ଦ ସହରରେ ମହିଳାଙ୍କ ସହ ବର୍ଷେ ଧରି ଗଣ ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଛି । ୬ଜଣ ଯୁବକଙ୍କ ବିରୋଧରେ ଏ ନେଇ ମାମଲା ରୁଜୁ ହୋଇଛି । ମହିଳା ଥାନା ଅଧିକାରୀ ସୂଚନା ଦେଇଛନ୍ତି ଯେ, ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ୬ଜଣଙ୍କ ବିରୋଧରେ ଗଣଦୁଷ୍କର୍ମ, ଯୌନ ଶୋଷଣ, ଧମକ ଦେବା ସହ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି ।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ବର୍ଷେ ହେବ ତାଙ୍କ କଲୋନୀରେ ରହୁଥିବା ଦୁଇ ଜଣ ଯୁବକ ତାଙ୍କ ଘରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏ ଘଟଣା ସଂପର୍କରେ କାହାରିକୁ କିଛି କହିଲେ ବଦନାମ କରିଦେବା ସହ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ । ଏହାପରେ ଅନ୍ୟ ଏକ ଦିନ ଏହି ଦୁଇ ଜଣ ଯୁବକ ଅନ୍ୟ ୪ଜଣ ଯୁବକଙ୍କ ସହ ମିଶି ପୁଣି ଥରେ ତାଙ୍କ ଘରେ ପଶି ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ଘଟଣା ସଂପର୍କରେ କାହାରିକୁ କିଛି ନକହିବା ପାଇଁ ପୁଣି ମହିଳାଙ୍କୁ ଧମକାଇଥିଲେ ।

ପୀଡିତା ମହିଳା କହିଛନ୍ତି ଯେ, ଯୁବକମାନେ ତାଙ୍କ ସହ ଏଭଳି ବର୍ଷେ ହେବ ଦୁଷ୍କର୍ମ କରୁଥିଲେ । ଯେତେବେଳେ ମହିଳା ଜଣଙ୍କ ଏହାକୁ ବିରୋଧ କରୁଥିଲେ ସେତେବେଳେ ଅଭିଯୁକ୍ତ ଯୁବକମାନେ ତାଙ୍କ ସ୍ବାମୀ ଏବଂ ବାହାର ଲୋକଙ୍କୁ ଏ ସଂପର୍କରେ ଜଣାଇବା ପାଇଁ ଧମକ ଦେଉଥିଲେ । ଅଭିଯୁକ୍ତମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ତାଙ୍କ ପରିବାରଲୋକଙ୍କୁ ଏ ସଂପର୍କର ଜଣାଇଥିଲେ । ଏହାପରେ ପରିବାରଲୋକଙ୍କ ସହାୟତାରେ ମହିଳା ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ ମହିଳାଙ୍କ ବୟାନ ଆଧାରରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ଯୁବକମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts