ଥାନା ପାଖ ପାର୍କରେ ୬ ଜଣ ଯୁବକ ମିଶି ଯୁବତୀଙ୍କୁ କଲେ ଗଣଦୁଷ୍କର୍ମ, ହେଲେ ପୋଲିସ କର୍ମଚାରୀ ପାରିଲା ନାହିଁ ଜାଣି
15/11/2019 at 8:30 PM

ନୂଆଦିଲ୍ଲୀ୧୫/୧୧: ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ନୋଇଡ଼ାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି।। ୬ ଜଣ ଯୁବକ ମିଶି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିବା ପରେ ବହାଲୋଳପୁର ଥାନା ନିକଟରେ ଥିବା ପାର୍କରେ ଛାଡ଼ି ଚାଲି ଯାଇଥିଲେ। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ପୋଲିସର ସୂଚନା ମୁତାବକ ନଭେମ୍ବର ମାସ ୧୩ ତାରିଖ ରାତି ୯.୩୦ ମିନିଟ୍ରେ ୨୨ ବର୍ଷ ବୟସ୍କା ଯୁବତୀଙ୍କୁ ୬ ଜଣ ଯୁବକ ମିଶି ଗଣଦୁଷ୍କର୍ମ କରିଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ଥାନା ନିକଟରେ ଏଭଳି ଘଟଣା ଘଟିଲା ହେଲେ ପୋଲିସ କେମିତି ଏହାର ଟେର୍ ପାଇଲା ନାହିଁ। ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହୋହାଲ୍ଲା ଚାଲିବା ପରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୪ ଅଭିଯୁକ୍ତ ଫେରାର ଅଛନ୍ତି।
ସୂଚନା ଅନୁସାରେ ଯୁବତୀଙ୍କୁ ଚାକିର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ତାଙ୍କୁ ଡାକିଥିଲେ। ୬ ଜଣଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ପାର୍କକୁ ଡାକିଥିଲା। ସେମାନଙ୍କ କଥାକୁ ବିଶ୍ବାସ କରି ଯୁବତୀ ପାର୍କରେ ପହଞ୍ଚିଥିଲେ। ଏହାପରେ ୬ ଯୁବକ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଯୁବତୀ ବେହୋସ ହେବା ପରେ ଅଭିଯୁକ୍ତ ତାଙ୍କୁ ପାର୍କ ନିକଟରେ ଛାଡ଼ି ଚାଲି ଯାଇଥିଲେ।