୬ବର୍ଷ ବୟସ ଶିଶୁର ଚମତ୍କାର : ତିଆରି କରିସାରିଲେଣି ଦେଢ ଶହରୁ ଅଧିକ ଆପ୍, ମହାକାଶ ବିଜ୍ଞାନୀ ହେବା ଲକ୍ଷ୍ୟ…

Published By : Prameya-News7 Bureau | October 01, 2019 IST

ବଲାଙ୍ଗିର (ଚିନ୍ମୟ ମିଶ୍ର) ୧|୧୦: ବିଶ୍ବାସ ନହେଲେ ମଧ୍ୟ ସତ। ଯେଉଁ ବୟସରେ ଖେଳକୁଦରେ ଜୀବନ କଟିବା କଥା ସେ ବୟସରେ ସାଇଣ୍ଟିଷ୍ଟ ହେବାର ରହିଛି ଆଶା। ଆମେ କହୁଛୁ ବଲାଙ୍ଗୀର ର ୬ ବର୍ଷର ଜଣେ ଶିଶୁଙ୍କ କଥା । ଯେ ଏବେ ସମଗ୍ର ଜିଲ୍ଲା ସହ ରାଜ୍ୟରେ ପାଲଟିଛନ୍ତି ଚର୍ଚ୍ଚାର ବିଷୟ।

{"id":164972}

୬ ବର୍ଷ ବୟସରେ ଗେମ୍ ସହ ବିଭିନ୍ନ ଶିକ୍ଷା ଯୋଗାଉଥିବା ଆପ ତିଆରି କରିଛନ୍ତି ତା ସହ ତିଆରି କରୁଛନ୍ତି ରୋବର୍ଟ। ମାଁ ଓ ବାପାଙ୍କ ସାହାର୍ଯ୍ୟରେ ଅନଲାଇନ ପାଠ ପଢିବା ସହ ଏବେ ତିଆର କରିଛନ୍ତି ରୋବର୍ଟ। ଅନ୍ୟ ଶିଶୁଙ୍କ ଭଳି ନା ସବୁବେଳେ ଖେଳକୁଦ ରେ ମନ ନା ହିଁ ଟିଭି ସହ ବାହ୍ୟ ଜଗତରେ ମନ। କମ୍ପୁଟର ହିଁ ତାଙ୍କ ପାଇଁ ଏବେ ସବୁକିଛି ପାଲଟିଛି। ଆସନ୍ତୁ ଦେଖିବା ଜଣେ ଏଭଳି ଶିଶୁଙ୍କ ବିଷୟରେ ଏହି ରିପୋର୍ଟ।

{"id":164973}

ଅନର୍ଗଳ ଇଂରାଜୀ ସହ ହାତରେ କି-ବୋର୍ଡ। କମ୍ପୁଟରେ ବସି ଗେମ୍ ଖେଳିବା ଆପଣ ଦେଖିଥିବା ପିଲାମାନଙ୍କୁ ହେଲେ ଗ୍ୟାମ ତିଆରି କରିଥିବା କେବେ ଦେଖିନଥିବେ। ହେଲେ ଏ ଶିଶୁଟି ଉପରେ ନଜର ପକାନ୍ତୁ । ଏ କୁନି ମହାଶୟ କରିଛନ୍ତି ଏଭଳି ଏକ  କାମ ଖାଲି ଗେମ ନୁହେଁ ଦେଢ ଶହରୁ ଅଧିକ କମ୍ପୁଟର ଓ ମୋବାଇଲ ଆନିମେସନ ପ୍ରୋଜେକ୍ଟ ସହ ରୋବଟିକ ଗେମ ତିଆରି କରିଛନ୍ତି । ତାହା ପୁଣି ମାତ୍ର ୬ ବର୍ଷ ବୟସରେ।

{"id":164974}

ଏ ହେଉଛନ୍ତି ବଲାଙ୍ଗୀର ସହର କୋଶଲ ଛକ ସ୍ଥିତ ଆପାର୍ଟମାଣ୍ଟ ରେ ରହୁଥିବା କୁଲଦୀପ ପଟ୍ଟନାଏକ ଓ ବି ପ୍ରମିଳାଙ୍କ ୬ ବର୍ଷର ପୂଅ ଭେଙ୍କଟ ରମଣ। ଳେଟ୍ସ ରିଓ୍ବାର୍ଡ ଜିଡ୍ସ ନାମକ ଏକ ମୋବାଇଲ ଆପ ତିଆରି କରି ସମଗ୍ର ବଲାଙ୍ଗୀର ସହ ରାଜ୍ୟବାସୀଙ୍କୁ କରିଛନ୍ତି ବିସ୍ମିତ। ତା ସହ ୧୫୦ ରୁ ଅଧିକ ଆନିମେସନ ଓ ରୋବଟିକ ଗେମ ତିଆରି କରିଛନ୍ତି ସେ ।

{"id":164975}

ବର୍ତ୍ତମାନ ସେ ଗୋଟିଏ ରୋବର୍ଟ ତିଆରି କରିଥିବା ବେଳେ କୁଇଜ ଆପ ନିଜ ଭଏସରେ ତିଆରି କରୁଛନ୍ତି। ତାଙ୍କ ବାପା ଓ ମାଁ ତାଙ୍କୁ ଏ ସମସ୍ତ କାମ ପାଇଁ ସାହାର୍ଯ୍ୟ କରୁଥିବା ବେଳେ ନିଜେ ନିଜେ ଅନଲାଇନ ପାଠ ପଢି ଆଣିଛନ୍ତି ଏଭଳି ଏକ ଗୌରବ।

{"id":164976}

ଭେଙ୍କଟଙ୍କ ବାପା ଅନଲାଇନ ବ୍ୟବସାୟୀ ହୋଇଥିବାବେଳେ ଓ୍ବେବସାଇଟ ତିଆରି ମଧ୍ୟ କରିଥାନ୍ତି । ତାଙ୍କ ମାଁ ବଲାଙ୍ଗୀର ଓ୍ବେସ୍କୋ ବିଦ୍ୟୁତ  ବିଭାଗ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଟେକନିସିଆନ ଭାବରେ କାମ କରନ୍ତି। ବାପା ସବୁ ବେଳେ ଘରେ ରହି କମ୍ପ୍ୟୁଟର ସହ କାମ କରିବା ଓ ବିଭିନ୍ନ ସାଇଟ ତିଆରି କରିବା ଭଳି କାମ କରୁଥିବା ଦେଖି ସେ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲେ କମ୍ପ୍ୟୁଟରରେ ଖେଳିବାକୁ ।

{"id":164977}

ଧୀରେ ଧୀରେ ତାଙ୍କ ଖେଳ ତାଙ୍କୁ ଆଜି କୁନି ସାଇଣ୍ଟିଷ୍ଟ କରିସାରିଛି । ବିଭିନ୍ନ ସମୟରେ ବାହାରେ ଖେଳକୁଦ କରିବା ବଦଳରେ କମ୍ପ୍ୟୁଟରେ କିଛି ନୂଆଁ କରିବାରେ ମଜିଯାଇଥାନ୍ତି ଭେଙ୍କଟ। ତେବେ ପୂର୍ବରୁ ବଲାଙ୍ଗୀର ଗୋଟିଏ ଘରୋଇ ସ୍କୁଲରେ ପାଠ ପଢୁଥିବାବେଳେ ଏବେ ତାଙ୍କ ପାଇଁ ଉପଯୂକ୍ତ ସ୍କୁଲ ବଲାଙ୍ଗୀରରେ ନଥିବାରୁ ସେ ଅନଲାଇନ ପାଠ ପଢୁଛନ୍ତି। ଭବିଷ୍ୟତରେ ଇସ୍ରୋ ତଥା ନାସା ଭଳି ସଂସ୍ଥାନରେ ଜଣେ ସାଇଣ୍ଟିଷ୍ଟ ହେବାର ଆଶା ରଖିଛନ୍ତି ଭେଙ୍କଟ ।ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିବେ ବୋଲି ତାଙ୍କ ମାଁ ଓ ବାପା ମଧ୍ୟ ରଖିଛନ୍ତି ଆଶା।

{"id":164978}

୬ ବର୍ଷ ବୟସରୁ ତାରା ପାଇବା ଆଶା ରଖୁଥିବା ଭେଙ୍କଟ ଉପଯୁକ୍ତ ପାଠ ମିଳିଲେ ଆଗାମି ଦିନରେ ନିଶ୍ଚିତ ଭାବରେ ତାରାକୁ ଛୁଇଁବେ ଏଥିରେ କୌଣସି ସଂଦେହ ନାହିଁ।  ତେବେ ଭିନ୍ନ ଢଙ୍କରେ ଆପ ତିଆରି ସହ କମ୍ପ୍ୟୁଟର ଜ୍ଞାନକୌଶଳ ପାଇଁ ଏବେ ସମଗ୍ର ଜିଲ୍ଲା ଗୌରବ ମନେକରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.