Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାମୁଁ ଘରକୁ ବୁଲିବାକୁ ଆସିଥିବାବେଳେ ପୋଖରୀରେ ବୁଡି ୬ବର୍ଷର ଭଣଜା ମୃତ

2/09/2019 at 2:50 PM

ଉଦଳା ୨: ଗଣେଶ ପୂଜା ହେଲା କାଳ । ମାମୁ ଘରକୁ ବୁଲିବାକୁ ଆସିଥିବାବେଳେ ପୋଖରୀରେ ବୁଡି ଭଣଜାର ସଲୀଳ ସାମାଧି । ଏଭଳି ଦୁଃଖଦ ଘଟଣା ଘଟିଛି ଖୁଂଟା ଥାନା ନାଲୁହା ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଖୁଂଟା ଥାନା ଗୟଳମରା ଗ୍ରାମରୁ ସାଗରାମ ବାସ୍କେଙ୍କ ପରିବାର ସଦସ୍ୟ ନାଲୁହା ଗ୍ରାମ ନିଜ ସଂପର୍କୀୟ ଘରକୁ ଗଣେଶ ପୂଜା ବୁଲିବା ନିମନ୍ତେ ଆସିଥିଲେ । ସାଗରାମଙ୍କ ଛଅ ବର୍ଷର ପୁଅ ଚମ୍ପାଇ ବାସ୍କେ ମଧ୍ୟ ପରିବାର ସହିତ ନିଜ ମାମୁ ଘରକୁ ବୁଲିବାକୁ ଆସିଥିଲେ । ତେବେ ଆଜି ମଧ୍ୟାହ୍ନ ସମୟରେ ଘର ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳେ ଚମ୍ପାଇ ଘର ପାଖରେ ଖେଳୁଥିଲେ । ଖେଳୁ ଖେଳୁ ସେ ଘର ନିକଟରେ ଥିବା ଏକ ପୋଖରୀକୁ ଚାଲିଯାଇଥିଲେ । ସେଠାରେ ଚମ୍ପାଇ ଖେଳିବା ସମୟରେ ପୋଖରୀରେ ବୁଡି ଯାଇଥିଲେ । ତେବେ ପରିବାର ଲୋକେ ଖୋଜାଖୋଜି କରିବା ପରେ ଚମ୍ପାଇ ପୋଖରୀରେ ବୁଡି ଯାଇଥିବା ଜାଣିଥିଲେ । ତାଙ୍କୁ ପୋଖରୀରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖୁଂଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବରପାଇ ଖୁଂଟା ପୋଲିସ ଡାକ୍ତରଖାନାରେ ପହଂଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାମୁ ଘରକୁ ବୁଲିବାକୁ ଆସି ପୋଖରୀରେ ବୁଡି ନାବାଳକ ଭଣଜାର ମୃତ୍ୟୁ ହେବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

   Related Posts