କାମ ଦେବାକୁ କହି ୧୬ ବର୍ଷୀୟା ନେପାଳୀ ଝିଅକୁ ବିକ୍ରି କରିଦେଲା ଦଲାଲ, ୧୩ ମାସ ବନ୍ଧକ ରଖି ଗଣଦୁଷ୍କର୍ମ କଲେ ଅଭିଯୁକ୍ତ ଗ୍ରାହକ

Published By : Prameya-News7 Bureau | January 15, 2021 IST

ଲକ୍ଷ୍ନୌ ୧୫/୦୧: ୧୬ ବର୍ଷୀୟା ଝିଅକୁ ଘର କାମ କରାଇବାକୁ ଆଣି ଅନ୍ୟ ଲୋକଙ୍କୁ ବିକ୍ରି କରିଦେଲା ଅଭିଯୁକ୍ତ। ନାବାଳିକାଟି ନେପାଳୀ ହୋଇଥିବା ବେଳେ କାମ କରିବାକୁ ଉତ୍ତରପ୍ରଦେଶ ଆସିଥିଲା। ତାର ବାପା-ମା ମଧ୍ୟ ଉତ୍ତରପ୍ରଦେଶ​‌ରେ କାମଧନ୍ଦା କରି ପେଟ ପୋଷୁଛନ୍ତି। ଘରେ କାମ ଦେବାକୁ କହି ଜଣେ ବ୍ୟକ୍ତି ଝିଅଟିକୁ ନେଇଥିଲା। ସେଠାରେ ତା ସହ ଦୁଷ୍କର୍ମ କରିବା ସହ ଅନ୍ୟ ଲୋକଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି। ଝିଅଟିକୁ କିଣି ନେଇଥିବା ଗ୍ରାହକ ଝିଅଟିକୁ ୧୩ ମାସ ବନ୍ଧକ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।  

ଏହି ଘଟଣା ଲକ୍ଷ୍ନୌର ମହାନଗର ଅଞ୍ଚଳରେ ଘଟିଥିବା ପୋଳିସ କହିଛି। ଏହା ସହ ଝିଅଟି ପରିବାର ସହ ଉତ୍ତରପ୍ରଦେଶ କାମ ସନ୍ଧାନରେ ଆସିଥିଲା। ତା ବାପା-ମା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି।  ଉପ୍ରେତା କୁମାର (୫୭) ନାମକ ଜଣେ ବ୍ୟକ୍ତି ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରେ। ସେ ନାବାଳିକାକୁ ଚାକରାଣୀ ଭାବେ କାର୍ଯ୍ୟ ଦେବାକୁ କହି ଟଙ୍କା ପ୍ରଲୋଭନ ଦେଖାଇ ଘରକୁ ନେଇଥିଲା ଅଭିଯୁକ୍ତ। ସେଠରେ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ସହ ଅନ୍ୟ ଲୋକଙ୍କୁ ବିକ୍ରି କଣିଦେଇଥିଲା। ସେମାନେ ପୀଡ଼ିତାଙ୍କୁ ୧୩ ମାସ ବନ୍ଧକ ରଖିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

କିଛି ଦିନ ତଳେ ପୀଡ଼ିତା ଖସି ପଳାଇଆସିଥିଲା। ବାପା-ମାଙ୍କ ପାଖରେ ପହଞ୍ଚିବା ପରେ ପେଟରେ ଯନ୍ତ୍ରଣା ହେଉଥିବା ପୀଡ଼ିତା କହିଥିଲା। ପରେ ପୀଡ଼ିତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସେ ୫ ମାସର ଗର୍ଭବତୀ ବୋଲି ଡାକ୍ତର କହିଥିଲେ। ପରେ ପୀଡ଼ିତାଙ୍କ ପରିବାର ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଉପ୍ରେତା କୁମାର, ଜିତୁ କାଶ୍ୟପ, ଅଜୟ କୁମାର ଓ ବରୁଣ ତିଓ୍ବାରୀକୁ ଜଣେ ନାବାଳିକାକୁ ବନ୍ଧକ ରଖି ଦୁଷ୍କର୍ମ କରିଥିବା ନେଇ ଗିରଫ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.