୪୫ ଡିଗ୍ରୀ ଖରାରେ ପାଦରେ ୨୫ କିଲୋମିଟର ଚାଲିଲେ, ପାଣି ନମିଳିବାରୁ ଚାଲିଗଲା ୬ ବର୍ଷର ଶିଶୁର ଜୀବନ

Published By : Prameya-News7 Bureau | June 08, 2021 IST

ଜାଲୋର ୦୮/ ୦୬ : ବିଶ୍ବର ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ ଭାରତ ଏବେ ଦୁନିଆର ଆଧୁନିକ ଦେଶମାନଙ୍କ ସହ ତାଳ ଦେଇ ବିକାଶ ପଥେ ଆଗେଇଚାଲିଛି । ଆଧୁନିକତାର ତମାମ ପ୍ରକ୍ରିୟା ମଧ୍ୟରେ ଏବେ ବି ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହାକି ବିଶ୍ବ ସମୁଦାୟ ସାମ୍ନାରେ ଲଜ୍ଜାରେ ମୁଣ୍ଡ ତଳକୁ କରିଦେବ । ରାଜସ୍ଥାନରର ଜାଲୋର ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାହାକି ସଭ୍ୟ ସମାଜକୁ ଧିକ୍କାର କରିବ।

{"width":839,"height":420}


ଟାଣ ଖରାରେ ଯାଉଥିବା ବେଳେ ପାଣି ନମିଳିବାରୁ ଜଣେ ୬ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି । ଶିଶୁଟି ତାର ଜେଜେ ମାଙ୍କ ସହିତ ଯାଉଥିଲା । ବୃଦ୍ଧାଜଣକ ମଧ୍ୟ ଚେତାଶୂନ୍ୟ ହୋଇଯାଇଥିଲେ । ରାଜସ୍ଥାନର ଜାଲୋର ଜିଲ୍ଲା ରାନୀଓ୍ବାଡାରେ ଘଟିଛି ଏଭଳି ଘଟଣା । ରାସ୍ତାରେ ଯାଉଥିବା କିଛି ଲୋକଙ୍କ ନଜର ପଡିବା ପରେ ସେମାନେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ପାଣି ଦେବା ସହିତ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ମୃତ ଶିଶୁର ଶବକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନିଆଯାଇଛି ।

{"width":842,"height":737}


ସୂଚନା ଅନୁସାରେ, ୬୦ ବର୍ଷୀୟ ସୁଖୀ ଦେବୀ ନାତୁଣୀ ଅଞ୍ଜଳିଙ୍କ ସହ ସିରୋହି ନିକଟ ରାୟପୁରରୁ ଅପରାହ୍ନରେ ରାନୀୱାଡା ଅଞ୍ଚଳର ଡୁଙ୍ଗ୍ରିସ୍ଥିତ ଘରକୁ ଆସୁଥିଲେ। କରୋନା କଟକଣା ଯୋଗୁଁ ଗାଡିମୋଟର ଯାତାୟତ ହେଉନଥିବାରୁ ବାଧ୍ୟ ହୋଇ ସାମାନେ ପାଦରେ ଚାଲି ଚାଲି ଗାଁ ଅଭିମୁଖେ ବାହାରିଥିଲେ । ପ୍ରାୟ ୨୦/ ୨୫ କିଲୋମିଟର ଚାଲିବା ପରେ ଉଭୟ ଥକିପଡିଥିଲେ । ପ୍ରବଳ ଶୋଷ ଲାଗୁଥିଲେ ସୁଦ୍ଧା ସେଠାରେ କୌଣସି ସ୍ଥାନରେ ପାଣି ମିଳିନଥିଲା । ଯାହାଫଳରେ କି ପାଣି ଅଭାବରୁ ୬ ବର୍ଷୀ ଶିଶୁ ଅଞ୍ଜଳିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବୃଦ୍ଧା ଜଣକ ଚେତାଶୂନ୍ୟ ହୋଇ ରାସ୍ତାରେ ପଡିରହିଥିଲେ । ଶୂନଶାନ ରାସ୍ତା ହୋଇଥିବାରୁ ସେମାନଙ୍କୁ କେହି ଦେଖିପାରିନଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.