Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ସାରା ହେଲା ବିଶ୍ୱର ସର୍ବ କନିଷ୍ଠ genius, ଜାଣନ୍ତୁ କ’ଣ ପାଇଁ ୬ ବର୍ଷ ବୟସର ଝିଅକୁ ମିଳିଛି ଏହି ଉପାଧି

22/11/2019 at 6:34 PM

ଅୟନାମ୍ବକମ: ଭାରତର ୬ ବର୍ଷ ବୟସ୍କା ଏକ ଶିଶୁକନ୍ୟା ବିଶ୍ୱର ସର୍ବ କନିଷ୍ଠ ଜିନିୟସ ଉପାଧି ମିଳିଛି। ସାରା ନାମ୍ନୀ ଏହି କୁନି ଝିଅଟି ଏବେ ତାମିଲନାଡୁର ବେଲାମ୍ମଲ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଛି। ବୟସ ସିନା କମ୍ ହେଲେ ତାର ମସ୍ତିସ୍କ ଖୁବ୍ ତୀକ୍ଷ୍ଣ। ଏଥିଲାଗି ସେ ଅସାଧ୍ୟ ବି ସାଧନ କରିପାରେ। ଏଣୁ ନିକଟରେ ସାରା ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ନିଜର ନାମ ସ୍ଥାନିତ କରିବା ଲାଗି ମଧ୍ୟ ଉଦ୍ୟମ କରିଥିଲା।

ତା ବୟସର ପିଲାଙ୍କଠାରୁ ବେଶ୍ ତୀବ୍ର ସାରା ଏକ ସମୟରେ ଅନେକ କାମ କରିପାରୁଛି। ନିକଟରେ ସାରା ରୁବିକ୍ସ କ୍ୟୁବ (୨x୨)କୁ ମାତ୍ର ୨ ମିନିଟ୍ ୭ ସେକେଣ୍ଡରେ ସମାଧାନ କରିଦେଇଛି। ତେବେ ସେ ଖାଲି ରୁବିକ୍ସ କରୁନଥିଲା। ଏଥିଲାଗି ତା ଆଖିରେ ପଟି ବନ୍ଧାଯାଇଥିବା ବେଳେ ସେ କବିତା ଗାଇ ଗାଇ ରୁବିକ୍ସ ସମାଧାନ କରିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ତା ପାଟିରୁ କବିତା ସରିବା ବେଳକୁ ରୁବିକ୍ସ କ୍ୟୁବ ଗୁଡିକୁ ମଧ୍ୟ ସେ ସଜାଡି ଦେଇଥିଲା।

ଏଭଳି ବିଚକ୍ଷଣ ଶିଶୁକୁ ତାମିଲନାଡୁ କ୍ୟୁବ୍ ଆସୋସିଏସନ ବିଶ୍ୱର ସର୍ବ କନିଷ୍ଠ ଜିନିୟସ ଉପାଧି ପ୍ରଦାନ କରିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସାରା ମାତ୍ର ୪ ମାସ ପୂର୍ବେ ରୁବିକ୍ସ କ୍ୟୁବ୍ ସମାଧାନ କରିବା ଶିଖିଥିଲା। ତେବେ ଏହି ସମୟ ମଧ୍ୟରେ ସେ କେବଳ ରୁବିକ୍ସ ଲାଗି ୫ଟି ପୁରସ୍କାର ଜିତିସାରିଲାଣି ବୋଲି ସାରାଙ୍କ ଜନୈକା ଶିକ୍ଷକ କହିଛନ୍ତି।

   Related Posts