Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଟିକ୍‌ଟକ୍ ଚ୍ୟାଲେଞ୍ଜ ପାଇଁ ବାଜି ଲଗାଇଲା ଜୀବନ, ୨୩ଟି ଚୁମ୍ବକ ଗିଳିଦେଲା ୬ ବର୍ଷର ଝିଅ

27/09/2021 at 1:38 PM

ନୂଆଦିଲ୍ଲୀ ୨୭/୦୯: ଆଜିକାଲି ପିଲାମାନଙ୍କ ହାତରେ ମୋବାଇଲ୍ ରହିବା କୌଣସି ନୂଆ କଥା ନୁହେଁ। କିନ୍ତୁ ଏହା କେତେ ବିପଜ୍ଜନକ ହୋଇପାରେ ତାହା ବାପା-ମା ଅନୁଭବ କରନ୍ତି ନାହିଁ । ନିକଟରେ ଇଂଲଣ୍ଡରେ ରହୁଥିବା ଜଣେ ୬ ବର୍ଷର ବାଳିକା ମୋବାଇଲରେ ଟିକଟକ୍ ଚ୍ୟାଲେଞ୍ଜ ନାମରେ ନିଜ ଜୀବନକୁ ବିପଦରେ ପକାଇ ଦେଇଛି। ଏହି ଘଟଣା ସେହି ବାପା-ମାଙ୍କ ପାଇଁ ଏକ ଶିକ୍ଷା, ଯେଉଁମାନେ ନିଜ ପିଲାମାନଙ୍କୁ ମୋବାଇଲ୍ ଫୋନ୍ ଧରେଇଦେଇ ଏହା ଦେଖୁ ନାହାଁନ୍ତି ଯେ ସାମାନଙ୍କ ପିଲା କିପରି ଭିଡିଓ ଦେଖୁଛନ୍ତି।

ସୂଚନା ଅନୁଯାୟୀ, ଇଂଲଣ୍ଡର ଇଷ୍ଟ ସସେକ୍ସରେ ରହୁଥିବା ଜଣେ ୬ ବର୍ଷର ଝିଅ, ମୋବାଇଲ ଦେଖିବା ପରେ, ଟିକଟକ୍ ଚ୍ୟାଲେଞ୍ଜ ପୁରା କରିବା ଉଦ୍ଦେଶ୍ୟରେ ୨୩ଟି ଚୁମ୍ବକକୁ ଗିଳି ଦେଇଥିଲା। ଯେତେବେଳେ ଝିଅଟିର ପେଟ ଯନ୍ତ୍ରଣା ଆରମ୍ଭ ହେଲା ଏବଂ ସେ ବାରମ୍ବାର ବାନ୍ତି କରିବାକୁ ଲାଗିଲା, ବାପା-ମା ଝିଅକୁ ଡାକ୍ତରଖାନାକୁ ନେଇଗଲେ। ଡାକ୍ତର ତୁରନ୍ତ ତାଙ୍କ ଅପରେସନ୍ କରିବାକୁ କହିଥିଲେ।

ଡାକ୍ତରମାନେ ତାଙ୍କ ପେଟ ଅସ୍ତ୍ରୋପଚାର କରି ୨୩ଟି ଚୁମ୍ବକ ବାହାର କରିଥିଲେ। ଚୁମ୍ବକଟି ଶିଶୁର ଅନ୍ତନଳୀରେ ଅନେକ କ୍ଷତି ଘଟାଇଥିଲା। ସୌଭାଗ୍ୟବଶତଃ ଝିଅଟିର ଉଚିତ୍ ସମୟରେ ଚିକିତ୍ସା ହୋଇଥିଲା, ନଚେତ୍ ସେ ଜୀବନ ହରାଇଥାନ୍ତା।

   Related Posts