Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ନରପିଶାଚ : ନିଜ ୬ବର୍ଷର ନାତୁଣୀକୁ ଦୁଷ୍କର୍ମ ପରେ ହତ୍ୟା କଲା ଜେଜେବାପା , ଲକଡାଉନ୍ କାରଣରୁ ବାପା-ମାଆଠୁ ଦୂରରେ ଥିଲା ଝିଅ

18/04/2020 at 4:42 PM

ଜେଜେବାପା ଜେଜେମାଙ୍କ ବିରୋଧରେ ୬ବର୍ଷର ନାତୁଣୀକୁ ଦୁଷ୍କର୍ମ ଏବଂ ହତ୍ୟା କରିବାର ଅଭିଯୋଗ ହୋଇଛି। ଲକଡାଉନ୍ ଯୋଗୁଁ ଶିଶୁଟି ନିଜ ମାଆ-ବାପାଙ୍କଠୁ ଦୂରରେ ଥିଲା। ଶିଶୁଟିର ବାପା-ମାଆ ଭାବିଥିଲେ ଯେ ସେ ତା’ ଜେଜେବାପା -ଜେଜେମା ପାକରେ ସୁରକ୍ଷିତ ଅଛି। ଶିଶୁଟିର ଜେଜେବାପା –ଜେଜେମା ଜରୁରୀକାଳୀନ ସେବାକୁ ଫୋନ୍ କରି ତାଙ୍କ ନାତୁଣୀଙ୍କ ମୃତ୍ୟୁ ହୋଇଯାଇଥିବା କଥା ଜଣାଇଥିଲେ।

ସେମାନେ ଜରୁରୀକାଳୀନ ସେବାକୁ କହିଥିଲେ ଯେ ତାଙ୍କ ନାତୁଣୀଙ୍କୁ ପ୍ରବଳ ଜ୍ବର ହୋଇଥିଲା ଏବଂ ଶିଶୁଠାରେ ଭାଇରସର ଲକ୍ଷଣ ଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶିଶୁଟିର କୋଭିଡ-୧୯ ଯାଞ୍ଚ କରିଥିଲେ। କିନ୍ତୁ ଏବେ ଯାଏଁ ଶିଶୁର ରିପୋର୍ଟ ଆସିନାହିଁ।

କିନ୍ତୁ ଅଟୋପ୍ସି ରିପୋର୍ଟରୁ ଜଣା ଯାଇଛି ଶିଶୁର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ଏହା ସହିତ ମୃତ ଶିଶୁ ସହ ଯୌନାଚାର ହୋଇଥିବାର ମଧ୍ୟ ଜଣାଯାଇଛି। ଘଟଣାରେ ପୋଲିସ୍ ଶିଶୁର ଜେଜେବାପା-ଜେଜେମାଆଙ୍କୁ ଗିରଫ କରିଛି। ଶିଶୁଟିର ଜେଜେବାପା ନାତୁଣୀକୁ ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତ।

ଘଟଣାଟି ଘଟିଛି ମେକ୍ସିକୋରେ। ଶିଶୁର ବାପା ମାଆ ତାକୁ ନର୍ତ ମେକ୍ସିକୋର ଚିହୁଆହୁଆରେ ତା ଜେଜେବାପା –ଜେଜେମା ପାଖରେ ଛାଡ଼ିଥିଲେ।

 

   Related Posts