Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ହୃଦୟ ବିଦାରକ: ୬ ବର୍ଷର ଶିଶୁ କନ୍ୟାକୁ ଜିଅନ୍ତା ପୋଡି ଘୋଡାଇ ଦେଇଥିଲା ବସ୍ତା, ଦରପୋଡା ଶବ ଜବତ

22/10/2020 at 1:53 PM

ଚଣ୍ଡୀଗଡ଼ ୨୨/୧୦ : ପଞ୍ଜାବ ହୋଶିଆରପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଟାଣ୍ଡା ଜଲାଲପୁରରେ ୬ ବର୍ଷ ନିରୀହ ଶିଶୁକୁ ଜିଅନ୍ତା ପୋଡି ଦେବା ମାମଲା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଶିଶୁକୁ ଜାଳି ତାର ଦରପୋଡା ଶରୀରକୁ ବସ୍ତାରେ ଘୋଡେଇ ଦିଆଯାଇଥିଲା। ମାମଲା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚି ଶିଶୁର ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ଶିଶୁକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି କି ତାହା ପୋଲିସ ପତା କରୁଛି।

ସୂଚନା ଅନୁଯାୟୀ, ୬ ବର୍ଷର ଶିଶୁ କନ୍ୟାର ପିତା ରାହୁଲ ସୁରଜିତ ସିଂହ ନାମକ ଜଣେ ବ୍ୟକ୍ତିର ଡ୍ରାଇଭର ଭାବେ କାମ କରନ୍ତି। ଶିଶୁର ମା କହିଛନ୍ତି ଯେ ଶିଶୁ ଅପରାହ୍ନରୁ ନିଖୋଜ ଥିଲା। ପତା କରିବାରୁ ଜଣାପଡିଥିଲା ଯେ ସୁରଜିତ ସିଂହର ପୁଅ ଶିଶୁକୁ ନିଜ ସହ ନେଇଯାଇଥିଲା। ଏହାପରେ ସୁରଜିତ ସିଂହର ହବେଲିକୁ ଯାଇ ଦେଖିବାରୁ ବସ୍ତା ଘୋଡାହୋଇଥିବା ଶିଶୁର ଦରପୋଡା ଶବ ପଡିଛି।

ଟାଣ୍ଡା ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଖୁବ ଶୀଘ୍ର ସତ ସାମ୍ନାକୁ ଆସିବ ଏବଂ ଅଭିଯୁକ୍ତ ଗିରଫ ହେବ ବୋଲି ପୋଲିସ କହିଛି।

   Related Posts