ବାଣ କିଣିବାକୁ ଯାଇ ଆଉ ଫେରିଲାନି ଝିଅ: ଦୀପାବଳି ରାତିରେ ୬ ବର୍ଷର ଶିଶୁ କନ୍ୟାକୁ ନିର୍ମମ ହତ୍ୟା, କଢ଼ାଯାଇଛି ଫୁସଫୁସ

Published By : Prameya-News7 Bureau | November 15, 2020 IST

କାନପୁର ୧୫/୧୧ : ଉତ୍ତର ପ୍ରଦେଶ କାନପୁରର ଘାଟମପୁର ଥାନା ଅନ୍ତର୍ଗତ ଭଦରସ ଗାଁରେ ଦୀପାବଳି ରାତିରେ ଏକ ୬ ବର୍ଷର ଶିଶୁକୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଶିଶୁର ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଗୁଣି ଗାରେଡି ପାଇଁ ଶିଶୁକୁ ହତ୍ୟା କରାଯାଇଛି। ଶିଶୁର ଶରୀରର କିଛି ଅଙ୍ଗ ମଧ୍ୟ ଗାୟବ ଅଛି। ଶିଶୁ ବାଣ କିଣିବା ପାଇଁ ଯାଇଥିଲା। କିନ୍ତୁ ବହୁତ ସମୟ ଧରି ନ ଫେରିବାରୁ ଘରଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଗାଁ କାଳୀ ମନ୍ଦିର ନିକଟ ବୁଦା ଭିତରୁ ଶିଶୁର ମୃତଦେହ ଉଦ୍ଧାର ହୋଉଥିଲା। ହତ୍ୟା ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଭଦରସ ଗାଁର କରଣ ସଙ୍ଖବାରଙ୍କ ୬ ବର୍ଷର ଶିଶୁ କନ୍ୟାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ଶିଶୁର ଫୁସଫୁସ କାଢି ନେଇଯାଇଛି ହତ୍ୟାକାରୀ। ଶିଶୁର ମୃତଦେହ ନଗ୍ନ ଅବସ୍ଥାରେ ରବିବାର ସକାଳୁ ଗାଁ ନିକଟସ୍ଥ କାଳୀ ମନ୍ଦିର ବୁଦାରୁ ଉଦ୍ଧାର ହୋଇଛି। ଶନିବାର ଦୀପାବଳି ଦିନ ଏହି ହତ୍ୟାକାଣ୍ଡ ଘଟିଛି। କୌଣସି ତାନ୍ତ୍ରିକ ନିରୀହ ଶିଶୁ କନ୍ୟାକୁ ହତ୍ୟା କରିଥିବା ସନେଧ କରାଯାଉଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଶିଶୁକୁ କୌଣସି ଜଙ୍ଗଲୀ ପଶୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି।

{"id":361940,"sizeSlug":"large"}

କିନ୍ତୁ ଗ୍ରାମବାସୀ ପୋଲିସର ସନ୍ଦେହକୁ ମାନିବାକୁ ନାରାଜ ଯେ ଶିଶୁକୁ କୌଣସି ପଶୁ ନିଜର ଶିକାର କରିଥିବ। ଗ୍ରାମବାସୀ ଦୃଢର ସହ କହିଛନ୍ତି ଯେ ଏହା କୌଣସି ପଶୁର କାମ ନୁହେଁ ବରଂ ଗୁଣି ଗାରେଡି ଚକ୍କର। ଗୁଣି ଗାରେଡି ପାଇଁ ଶିଶୁକୁ ହତ୍ୟା କରାଯାଇଥିବା ଗ୍ରାମବାସୀ କହୁଛନ୍ତି। ଶିଶୁର ଶବ ଜବତ ହେବାପରେ ଗ୍ରାମବାସୀଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ପୋଲିସ ସବୁ ଏଙ୍ଗଲରୁ ମାମଲାର ତଦନ୍ତ କରୁଛି। ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ବ୍ରିଜେଶ ଶ୍ରୀବାସ୍ତବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.