Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଦୁର୍ଘଟଣା ଘଟାଇ ମହିଳା ଚମ୍ପଟ : ଏବେ ୬ବର୍ଷୀୟ ଶିଶୁଙ୍କ ଦ୍ବାରା ଅଙ୍କା ସ୍କେଚ୍ ଜରିଆରେ ଅପରାଧୀକୁ ଖୋଜୁଛି ପୋଲିସ୍

16/11/2020 at 4:31 PM

ବର୍ଲିନ୍ ୧୬/୧୧: ଜର୍ମାନୀର ହମ୍ମ୍ ସହରରେ ବିପଦଜନକ ଭାବେ ଗାଡ଼ି ଚଲାଉଥିବା ଜଣେ ମହିଳାଙ୍କୁ ଖୋଜିବା ପାଇଁ ବିଚିତ୍ର ପଦ୍ଧତିର ପ୍ରୟୋଗ କରାଯାଇଛି।ପୋଲିସ୍ ୬ବର୍ଷର ଶିଶୁ ଦ୍ବାରା ଅଙ୍କା ଯାଇଥିବା ପେନସିଲ୍ ସ୍କେଚ୍ ଜରିଆରେ ବ୍ୟାରିକେଡ ଭାଙ୍ଗି ଫେରାର ହୋଇଯାଇଥିବା ମହିଳା ଡ୍ରାଇଭରଙ୍କୁ ଖୋଜୁଛି।

ସୂଚନା ଅନୁଯାୟୀ,ହମ୍ମ୍‌ରେ ସ୍କୁଲ୍ ଯାଉଥିବା ସମୟରେ ଦୁର୍ଘଟଣାକୁ ଦେଖି ୪ଜଣ ଶିଶୁ ପେନସିଲ୍ ଉଠାଇ ସ୍କେଚ୍ କରିଥିଲେ। ଅପରାଧୀଙ୍କୁ ଧରିବା ପାଇଁ ଏବେ ଏହି ଶିଶୁଙ୍କ ସ୍କେଚ୍ ତଦନ୍ତ ଫାଇଲ୍ ପାଇଁ ଅପରିହାର୍ଯ୍ୟ ହୋଇଯାଇଛି।

ପୋଲିସର କହିବା ଅନୁସାରେ,ଡ୍ରାଇଭର ଜଣେ ମହିଳା ଥିଲେ। ସେ ରାସ୍ତାର ବାରିକେଡ ଭାଙ୍ଗି ଫେରାର ହୋଇଯାଇଥିଲେ।ମହିଳା ଯେତେବେଳେ ଦୁର୍ଘଟଣା କରିଥିଲେ ସେହି ସମୟରେ କିଛି ପିଲା ରାସ୍ତା​‌ ଅତିକ୍ରମ କରୁଥିଲେ ଏବଂ ସେମାନେ ଏହି ମହିଳାଙ୍କୁ ଦେଖିଥିଲେ।

   Related Posts