୬ ବର୍ଷର ଶିଶୁ ଲଡୁ ଭାବି କାମୁଡିଦେଲା କିନ୍ତୁ ହେଲା ବିସ୍ଫୋରଣ, ତାପରେ…

Published By : Prameya-News7 Bureau | June 11, 2020 IST

ଚେନ୍ନାଇ, ୧୧|୦୬: ତାମିଲନାଡୁର ତିରୁଚିରପଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ ଶିଶୁ ବିସ୍ଫୋରକ ବା ବୋମା ଖାଇବା ଦ୍ୱାରା ପ୍ରାଣ ହରାଇଛି । ଶିଶୁଟି ଲଡୁ ଭାବି ବୋମାଟିକୁ କାମୁଡି ଖାଇ ଦେଇଥିଲା ।

ସୂଚନାନୁସାରେ, ତିରୁଚିରପଲ୍ଲୀର ଏକ ଗ୍ରାମରେ ୩ଜଣ ବ୍ୟକ୍ତି ବୋମା ଧରି କାବେରୀ ନଦୀ କୂଳକୁ ଯାଇଥିଲେ । ଏହା ଜିଲେଟିନ୍ ଥିଲା । ସେହି ପାଖରେ ଏକ ୬ ବର୍ଷର ଶିଶୁ ଖେଳୁଥିଲା । ସେହି ସମୟରେ ଶିଶୁଟି ବୋମାକୁ ଧରି ଖାଇ ଦେଇଥିଲା । କୌଣସି ଲଡୁ ଭାବି ଶିଶୁଟି ବୋମାଟିକୁ ଖାଇଦେଇଥିବା କୁହାଯାଉଛି । ଏହାପରେ ତୁରନ୍ତ ବୋମାଟି ବିସ୍ଫୋରଣ ହୋଇଥିଲା । ଶିଶୁଟି ଗୁରୁତର ହୋଇପଡିଥିଲା । ପରିବାର ଲୋକେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଶିଶୁଟି ପ୍ରାଣ ହରାଇଥିଲା । ଏହି ମାମଲାର କୌଣସି ସରକାରୀ ସୂଚନା ମିଳିନଥିଲେ ମଧ୍ୟ ଶିଶୁର ବାପା ନିଜ ବନ୍ଧୁଙ୍କ ସହ ମିଶି ଅନ୍ତିମ ସଂସ୍କାର କରିଛନ୍ତି ।

ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପୋଲିସ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି । ଏହାସହ ବୋମା କିଏ ତିଆରି କରିଥିଲା ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ସପ୍ତାହରେ କେରଳରେ ଏକ ଗର୍ଭବତୀ ହାତୀକୁ ବିସ୍ଫୋରକ ଖୁଆଇ ହତ୍ୟା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.