ଲୋମହର୍ଷଣକାରୀ : ୬ ବର୍ଷର ଶିଶୁକୁ ହତ୍ୟା କରି ଟୁକୁଡା ଟୁକୁଡା କରି କାଟି ଫୋପାଡ଼ିଦେଲା ୧୨ ବର୍ଷର ବାଳକ

Published By : Prameya-News7 Bureau | April 05, 2019 IST

ଗୁରୁଃଗ୍ରାମ ୫/୪ : ୬ ବର୍ଷର ଶିଶୁକୁ ହତ୍ୟା ମାମଲାରେ ଏକ ଲୋମ ହର୍ଷଣକାରୀ ତଥ୍ୟ ସାମ୍ନାକୁ ଆସିଛି | ଜଣେ ୧୨ ବର୍ଷର ନାବାଳକ ୬ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରିଛି | ଖେଳକୁଦରେ ଝଗଡା ହେବ ଯୋଗୁଁ ୧୨ ବର୍ଷର ନାବାଳକ ଶିଶୁକୁ ପ୍ରଥମେ ପଥରରେ ଛେଚି ହତ୍ୟା କରିଥିଲା | ଏହାପରେ ଶିଶୁର ମୃତଦେହକୁ ଟୁକୁଡା ଟୁକୁଡା କରି କାଟି ବିଭିନ୍ନ ଜାଗାରେ ଫୋପାଡ଼ି ଦେଇଥିଲା | ଘଟଣାର ତଦନ୍ତ କରୁଥିବା ଗୁରୁଗ୍ରାମ ପୋଲିସ ଅଭିଯୁକ୍ତକୁ କାବୁ କରିଥିଲା ଏବଂ ବାଳକ ଜଣକ ନିଜ ଦୋଷ ସ୍ୱୀକାର କରିଥିଲା |


ପୋଲିସ ଅନୁଯାୟୀ, ଘଟଣା ସୋମବାର ଦିନ ଘଟିଥିଲା | ସିକନ୍ଦରପୁରର ପାହାଡିଆ ଅଂଚଳରେ କିଛି ପିଲା ଖେଳୁଥିଲେ | ଖେଳୁଥିବାବେଳେ ୬ ବର୍ଷର ଶିଶୁ ସହ ତାଙ୍କ ପଡୋଶୀର ୧୨ ବର୍ଷର ବାଳକ ସହ ଝଗଡା ହୋଇଥିଲା | ଝଗଡା ହେବାପରେ ବାଳକ ଜଣକ ଶିଶୁକୁ ଏକ ଶୂନଶାନ ଜାଗାକୁ ଡାକି ନେଇଥିଲା | ସେଠାରେ ଏକ ପଥରରେ ଶିଶୁର ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା | ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଥିଲା | ଏହାପରେ ଶିଶୁର ମୃତଦେହକୁ ଟୁକୁଡା ଟୁକୁଡା କରି କାଟି ପକାଇଥିଲା |


ଏହାପରେ ବାଳକ ନିଜ ଘରକୁ ଫେରି ଯାଇଥିଲା | କିନ୍ତୁ ଶିଶୁଟି ଘରକୁ ନଫେରିବରି ତାଙ୍କ ଘରଲୋକ ଚିନ୍ତିତ ହୋଇ ଖୋଜାଖୋଜି କରିଥିଲେ କିନ୍ତୁ ରାତି ପର୍ଯ୍ୟନ୍ତ ମଧ୍ୟ ଶିଶୁର କୌଣସି ପତ୍ତା ପାଇନଥିଲେ | ମଙ୍ଗଳବାର ଦିନ କେହି ଜଣେ ଶିଶୁର ମୃତଦେହକୁ ପାହାଡ଼ ନିକଟରେ ଦେଖି ଖବର ଦେଇଥିଲା | ଖବରପାଇ ପୋଲିସ ଏବଂ ପରିବାରଲୋକେ ଘଟଣାସ୍ଥଳରେ ପହଂଚିଥିଲେ | ମୃତଦେହର ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଶିଶୁର ମୁଣ୍ଡ ଗୋଟାଏ ଜାଗାରେ ତ ଗୋଡ ଆଉ ଗୋଟାଏ ଜାଗାରେ | ମୃତଦେହର ଅବସ୍ଥା ଦେଖି ପୋଲିସ ଭାବିଲା କୌଣସି ଜଙ୍ଗଲୀ ଜନ୍ତୁ ଶିଶୁର ଏହିଭଳି ଅବସ୍ଥା କରିଛି | ପୋଲିସ ଶିଶୁର ମୃତଦେହର ଟୁକୁଡା ସଂଗ୍ରହ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା |


ଏହାପରେ ପୋଲିସ ଡଗ ସ୍କ୍ୱାର୍ଡ ଟିମ ଡାକି ଘଟଣାର ତଦନ୍ତ ଆରମ୍ଭ କରିଥିଲା | ଏତିକିବେଳେ ଶିଶୁର ଘରଲୋକ କହିଥିଲେ ପୂର୍ବଦିନ ତାଙ୍କ ପଡୋଶୀର ବାଳକ ସହ ଶିଶୁର ଝଗଡା ହୋଇଥିଲା | ଏହାପରେ ଡଗ ସ୍କ୍ୱାର୍ଡ ମଧ୍ୟ ସେହି ବାଳକ ଘର ଆଡକୁ ଯାଇଥିଲା | ସେହି ଆଧାରରେ ପୋଲିସ ବାଳକକୁ ପଚରାଉଚୁରା କରିଥିଲା | ଶିଶୁକୁ ସେ ନିଜେ ହତ୍ୟା କରିଥିବା ବାଳକ ସ୍ୱୀକାର କରିଥିଲା | ଏହାପରେ ପୋଲିସ ବାଳକକୁ ହେପାଜତକୁ ନେଇ ଜୁଭେନାଇଲ ନ୍ୟାୟ ବୋର୍ଡରେ ପେଶ କରିଥିଲା | ବାଳକକୁ ଶିଶୁ ସୁଧାର ଗୃହ ପଠାଇ ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.