ଅଭାବନୀୟ : ୬ବର୍ଷର ଶିଶୁକୁ ଝୁଣି ମାରିଦେଲେ କୁକୁର ପଲ

Published By : Prameya-News7 Bureau | January 21, 2019 IST

କରଞ୍ଜିଆ ୨୧|୧: ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବାଲିସୁନ୍ଦୁରା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ୬ବର୍ଷର ଶିଶୁକୁ କୁକୁର ପଲ ଝୁଣି ମାରିଦେଇଛନ୍ତି । ମୃତ ଶିଶୁ ହେଉଛନ୍ତି ରିଙ୍କୁ ମହାରଣା ।

ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବାଲିସୁଦୁରା ଗାଁର ଶର୍ମା ମହାରଣାଙ୍କ ପୁଅ ରିଙ୍କୁ ମହାରଣା ଆଜି ସ୍କୁଲକୁ ଯାଉଥିବା ବେଳେ ବାଟରେ ତାଙ୍କୁ କୁକୁର ପଲ ଆକ୍ରମଣ କରିଥିଲେ । ସେ ଦୌଡିବାରୁ କୁକୁର ପଲ ତାଙ୍କୁ ଗୋଡାଇ ଆକ୍ରମଣ କରିଥିଲେ । ଏକାସଙ୍ଗେ ଏତେ ସଂଖ୍ୟାରେ କୁକୁର ଆକ୍ରମଣ କରିଥିବାରୁ ନିଜକୁ ବଞ୍ଚାଇ ପାରିନଥିଲେ ରିଙ୍କୁ । ରିଙ୍କୁକୁ ଏକ ବିଲ ମଝିକୁ ଟାଣି ନେଇ ଝୁଣିପକାଇଥିଲେ କୁକୁର । ଫଳରେ ଘଟଣାସ୍ଥଳରେ ହିଁ ରିଙ୍କୁଙ୍କର ମୃତ୍ୟୁ ହୋଇଛି । ରିଙ୍କୁ ରାହାନ୍ଦ ୟୁପି ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.