ପାଣିରେ ପଡ଼ି ୬ବର୍ଷର ଶିଶୁ ମୃତ

Published By : Prameya-News7 Bureau | March 12, 2019 IST

ଭଦ୍ରକ ୧୨/୩ (ମାନସ ରଂଜନ ସାହୁ) : ଭଦ୍ରକ ଚାନ୍ଦବାଲି ବ୍ଲକ୍ ଚଉଦିଆରେ ପୋଖରୀରେ ବୁଡ଼ି ୬ବର୍ଷର ଶିଶୁ ମୃତ । ତେବେ ଶିଶୁ ପୁତ୍ରର ଘର ନନ୍ଦପୁର ପଞ୍ଚାୟତ ଭୂଇଁପୁର ଗାଁରେ ହୋଇଥିବା ବେଳେ ତା’ର ନାଁ କାହ୍ନା ଦାସ ବୋଲି ଜଣା ପଡ଼ିଛି । କାହ୍ନା ତା’ର ବଡ଼ ମା’ଙ୍କ ସହ ମାମୁଁ ଘର ଚଉଦିଆକୁ ବୁଲି ଆସିଥିଲା । ଆଜି ଅପରାହ୍ନରେ ମାମୁଁଘର ଲୋକ କାମରେ ବ୍ୟସ୍ତଥିବା ବେଳେ ଶିଶୁ ଜଣକ ପାଖ ପୋଖରୀରେ ପଡ଼ିଯାଇଥିଲା । ପରେ ଖୋଜାଖୋଜି କରିବାରୁ ପାଖ ପୋଖରୀରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ମାମୁଁଘର ଲୋକେ । ଶିଶୁ ପୁତ୍ରକୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ, ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.