୬ ବର୍ଷର ବାଳକକୁ ଝୁଣି ଦେଲେ କୁକୁର ପଲ: ଖିନଭିନ୍ କରି ମାରିଦେଲେ, ସମସ୍ତେ ସ୍ତବ୍ଧ

Published By : Prameya-News7 Bureau | January 21, 2019 IST

କରଞ୍ଜିଆ ୨୧|୧: ୬ ବର୍ଷର ବାଳକକୁ ଝୁଣି ଦେଲେ କୁକୁର ପଲ । ଖିନଭିନ୍‌ କରିମାରିଦେଲେ । ସ୍କୁଲ ଯାଉଥିବା ବେଳେ କରିଥିଲେ ଏଭଳି ଆକ୍ରମଣ । ସେହିଠାରେ ହିଁ ଚାଲିଯାଇଥିଲା ରିଙ୍କୁର ଜୀବନ । ଏଭଳି ହୃଦୟ ବିଦାରକ ଓ ଲୋମ ଟାଙ୍କୁରା ଘଟଣା ଘଟିଛି ମୟରୁଭଞ୍ଜ ଜିଲ୍ଲା ଘଶିପୁରା ବାଲିସୁଦୁରା ଗାଁରେ ।

{"id":76659}

ହୃଦୟ ବିଦାରକ, ଲୋମ ହର୍ଷକ । ସ୍କୁଲ୍‌ ଯାଉଥିବା ୬ ବର୍ଷର ବାଳକକୁ ଝୁଣି ମାରିଦେଲେ କୁକୁର ପଲ । ଘଟଣା ଏତେ ଭୟଙ୍କର ଯେ ଆମେ ସେହି ବାଳକର ଚିତ୍ର ଆପଣଙ୍କୁ ଦେଖାଇ ପାରିବୁ ନାହିଁ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଯଶିପୁର ବାଲିସୁଦୁରା ଗାଁରେ । ପ୍ରତିଦିନ ସାଙ୍ଗ ସହ ରାହାନ୍ଦା ୟୁପି ସ୍କୁଲକୁ ଯାଉଥିବା ଶର୍ମା ମହାରଣଙ୍କା ବଡ ପୁଅ ରିଙ୍କୁ , ଆଜି କିନ୍ତୁ ଏକୁଟିଆ ସ୍କୁଲ୍‌କୁ ଯାଉଥିଲା । ବାଟରେ ହଠାତ୍‌ କିଛି ବୁଲା କୁକୁର ତାକୁ ଆକ୍ରମଣ କରିଥିଲେ । ପାଖରେ ବି କିହେ ନଥିଲେ । କୁକୁର ପଲ ତାକୁ ଖିନ୍‌ଭିନ୍‌ କରି ମାରି କାମୁଡି ଚାଲିଥିଲେ । ସେହିଠାରେ ହିଁ ରିଙ୍କୁର ମୃତ୍ୟୁ ହୋଇଥିଲା ।

{"id":76660}

ଦିନ ମଜୁରିଆ ରିଙ୍କୁର ବାପା କାମ ପାଇଁ ବାହାରକୁ ଯାଇଥିବା ବେଳେ ମା ଯାଇଥିଲେ ମେଡିକାଲ୍‌ । ଆଉ ଏପଟେ ଚାଲିଯାଇଥିଲା ରିଙ୍କୁର ଜୀବନ । ରିଙ୍କୁର ଏଭଳି ମୃତ୍ୟୁକୁ ନେଇ ସାରା ଗାଁ ସ୍ତବ୍ଧ । ସ୍କୁଲ୍ ସାଙ୍ଗ ଓ ଶିକ୍ଷୟିତ୍ରୀ ଘଟଣାକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି । ପ୍ରଶାସନ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ରିଙ୍କୁର ଗରିବ ବାପା ମାଙ୍କୁ କେବଳ ୨ ହଜାର ଟଙ୍କା ଦିଆଯାଇଛି । ଆଗକୁ ସରକାରୀ ସହାୟତା ପାଇଁ ବ୍ୟବସ୍ଥା କରାଯିବ ବୋଲି ବ୍ଲକ୍‌ ଅଧ୍ୟକ୍ଷ ଓ ସରପଞ୍ଚ କହିଛନ୍ତି ।

{"id":76661}

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଯେତିକି ଯେତିକି ଦୁଃଖିତ, ସେତିକି ଭୟଭିତ ମଧ୍ୟ । କାରଣ ବୁଲା କୁକୁର ପଲ ପୁଣି ହୁଏତ କୌଣସି ଛୁଆକୁ ଅକ୍ରମଣ କରିପାରନ୍ତି  ସେହି ଭୟ ଘାରିଛି । ଏହି ଘଟଣା ରାଜ୍ୟରେ କିମ୍ବା ଦେଶରେ ପ୍ରଥମ ହୋଇନଥିଲେ ବି ଛୋଟ ଛୁଆ ଏକୁଟିଆ ବାହାରକୁ ଯିବା ବେଳେ ଅଭିଭାବକ ଏଥିପ୍ରତି ସତର୍କ ରହିବାର ଆବଶ୍ୟକତ ରହିଛି ।

{"id":76662}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.